*ନୂଆପଡ଼ା ଜିଲ୍ଲା ଖଡ଼ିଆଳ କଲ୍ୟାଣ ମଣ୍ଡପ ଦୁଇ ଠାରେ କଂଗ୍ରେସ କମିଟି ପକ୍ଷରୁ କର୍ମୀ ସମ୍ମିଳନୀ ବିଏଲ ଓ ୨ ର ତାଲିମ ଶିବିର ଅନୁଷ୍ଠିତ, ଉପଯୁକ୍ତ ଭୋଟର ତାଲିକା ନିର୍ବାଚନ ରେ ଲଢ଼େଇ କରିବା ମୁଖ୍ୟ ଆୟୁଷ ବୋଲି ପ୍ରକାଶ*।
ନୂଆପଡା(ମିଖାଏଲ ନନ୍ଦ) ତା:୦୪.୦୮.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ କଲ୍ୟାଣ ମଣ୍ଡପ ଦୁଇ ଠାରେ କଂଗ୍ରେସ କମିଟି ପକ୍ଷରୁ କର୍ମୀ ସମ୍ମିଳନୀ ବିଏଲ ଓ ୨ ର ତାଲିମ ଶିବିର ଅନୁଷ୍ଠିତ, ଉପଯୁକ୍ତ ଭୋଟର ତାଲିକା ନିର୍ବାଚନ ରେ ଲଢ଼େଇ କରିବା ମୁଖ୍ୟ ଆୟୁଷ ବୋଲି ପ୍ରକାଶ କରିଛନ୍ତି। ଏହି ସଭାରେ ନଗର ସଭାପତି ପ୍ରବୀଣ କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ରାଜ୍ୟ ଯୁବ ସଦସ୍ୟ ଅଙ୍କିତ ସିଘାଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ତୃଣମୂଳ ସ୍ତରରେ ଯୁବା ପିଢ଼ୀ ଦେଶର ଭବିଷ୍ୟତ ନାଗରିକ ହେବା ଗୁରୁଦାୟିତ୍ୱ ନେବାକୁ ଆହ୍ୱାନ କରିଥିଲେ। ସେହିପରି ସଭାରେ ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଲୀ ପ୍ରତିନିଧି କମଲ ଚରଣ ତାଣ୍ଡି, ଆଦିବାସୀ ନେତା ରତନ ମାଝୀ, ଦଳିତ ନେତା ବଂଶୀଧର ଜଗତ, , ବ୍ଲକ୍ ଯୁବ ସଭାପତି ପ୍ରଦୀପ ବେହେରା ପ୍ରମୁଖ ଯୋଗ ଦେଇଥିଲେ।ଖରୀଆର ରୋଡ ନଗର ସଭାପତି,ପବନ ଶର୍ମାଉପଯୁକ୍ତ ଭୋଟର ତାଲିକା ନିର୍ବାଚନ ରେ ଲଢ଼େଇ କରିବା ମୁଖ୍ୟ ଆୟୁଷ ବୋଲି ପ୍ରକାଶ କରିଛନ୍ତି।
