ବିଜାତଳା ବ୍ଲକରେ ବିଜେଡିର ଏସ.ଆଇ.ଆର (ଏସ ଆଇ ଆର ) କର୍ମଶାଳା ଅନୁଷ୍ଠିତ
ସ୍ଥାନ: ବିଜାତଳା ବ୍ଲକ (ଜୋନ୍ ନମ୍ବର – ୩୧/୩୨), ସାରସକଣା ନିର୍ବାଚନ ମଣ୍ଡଳୀ, ମୟୂରଭଞ୍ଜ
ଉଦଘାଟନ
ମୟୁରଭଞ୍ଜ, ବିଜତୋଳା :-ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ
ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜାତଳା ବ୍ଲକର ଜୋନ୍ ନମ୍ୱର-୩୧ ଏବଂ ୩୨ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଏସ ଆଇ ଆର (Special Information/Review) ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଏହି କର୍ମଶାଳାରେ ବିଜୁ ଜନତା ଦଳର ବୁଥ୍ ସ୍ତରୀୟ ଏଜେଣ୍ଟ (ବି ଏଲ ଏ ) ମାନେ ଉପସ୍ଥିତ ରହି ଏସ.ଆଇ.ଆର (ଏସ ଆଇ ଆର ) ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଦଳୀୟ ସଂଗଠନକୁ ଅଧିକ ମଜବୁତ କରିବା ଏବଂି ଆଗାମୀ ଦିନରେ ସମସ୍ତ କାର୍ଯ୍ୟକୁ ସଚେତନତାର ସହ ତ୍ୱରାନ୍ୱିତ କରିବା ନେଇ ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଥିଲା।
ଏହି କର୍ମଶାଳା ମାଧ୍ୟମରେ ତୃଣମୂଳ ସ୍ତରରୁ ଦଳକୁ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତ (ବି. ଏଲ. ଏ) ମାନଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ସଂଗଠନର କାର୍ଯ୍ୟପନ୍ଥାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଆଲୋଚନା କରାଯାଇଥିଲା।
ମୟୂରଭଞ୍ଜରୁ ମୋନାଲି ସାହୁଙ୍କ ସହ ସୁନିଲ ମହାପାତ୍ରଙ୍କ ରିପୋର୍ଟ ଭଞ୍ଜଦୂତ ଖବର
