ଝିମିଟି ଖେଳରୁ ମହାଭାରତ: ବନ୍ଧୁତ୍ୱ ଦିବସରେ ସାଙ୍ଗ ବେକରେ ଛୁରୀ ଭୁସିଲା ସାଙ୍ଗ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ଝିମିଟି ଖେଳରୁ ମହାଭାରତ ପରି ବନ୍ଧୁତ୍ବ ଦିବସରେ ସାମାନ୍ୟ କଥାକୁ ଜଣେ ନାବାଳକ ସାଙ୍ଗ ଆଉ ଜଣେ ସମ ବୟସ୍କ ସାଙ୍ଗ ବେକରେ ଛୁରି ଭୁସିଦେଇଛି। ସୂଚନାଯୋଗ୍ୟ ସୋର ବ୍ଲକ ତେଣ୍ଟେଇ ପଞ୍ଚାୟତ ଅନ୍ତର୍ଗତ ତେଣ୍ଟେଇ ଗ୍ରାମର ମାଳତୀ ମଳିକ ଙ୍କ ପୁଅ ଦୀପଙ୍କର (୮) ନିଜର ୮ ଵର୍ଷ ସାଙ୍ଗ ସହ ଖେଳୁଥିବା ସମୟରେ କୈଣସି କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ନାବାଳକ ଜଣକ ନିଜ ଘରୁ ଏକ ଛୁରୀ ଆଣି ଦୀପଙ୍କର ଙ୍କ ବେକରେ ଭୁଷି ଦେଇଥିଲା। ପରିବାର ଲୋକେ ଦୀପଙ୍କର ଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା କୁ ଆଣି ଚିକିତ୍ସା କରାଇଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଥାନା ରେ କୈଣସି ଅଭିଯୋଗ ହୋଇନି
