*ଶତାୟୁ ପୁରୁଷ ଗାୟକ ଶେଖର ଜଗନ୍ନାଥ ବେହେରା ଙ୍କ ବିୟୋଗରେ ସାରା ଅଞ୍ଚଳ ଶୋକାକୁଳ l* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ତା 3.7.2026
ସମଗ୍ର ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ନିଜକୁ ସୁପ୍ରତିଷ୍ଠିତ କରିଥିବା ଶତାୟୁ ପୁରୁଷ ଓଡ଼ିଆ ଅସ୍ମିତା ଓଡ଼ିଆ ସଂସ୍କୃତି ଓଡ଼ିଆ ପରମ୍ପରା ଓଡ଼ିଆ କଳା ସଂସ୍କୃତି ର ବାର୍ତ୍ତାବହ ପୁରୁଷ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପାଲା ଗାୟକ ଶେଖର ଜଗନ୍ନାଥ ବେହେରା ଙ୍କ ବିୟୋଗରେ ଜାତୀୟ(ରାଷ୍ଟ୍ରପତି) ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଅଛି।ଗତ ଅଗଷ୍ଟ ୨ ତାରିଖ ରେ ସ୍ବର୍ଗତ ବେହେରା ଙ୍କ ଦେହାନ୍ତ ପରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ହୃଦୟ ରେ ଗଭୀର ଦୁଃଖ ପ୍ରକାଶ ହୋଇଅଛି। ତାଙ୍କର ଲିଖନ ଶୈଳୀ ଉଚ୍ଚ କୋଟୀର ଥିଲା। ଏହି ବର୍ଷିୟାନ ଗାୟକ ଙ୍କ ଦେହାନ୍ତ ରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଗଭୀର ମ୍ରିୟମାଣ ହୋଇ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ପରିବାରବର୍ଗ ଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।
