ମୁଖ୍ୟ ସଚେତକ ଓ ଜ଼ିଲ୍ଲାପାଳ ଙ୍କ ହରଭଙ୍ଗା ର 157ବର୍ଷ ର ପୁରୁଣା ପ୍ରାଥମିକ ବିଦ୍ୟାଳୟ ଓ ପ୍ରସ୍ତାବିତ ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ପରିଦର୍ଶନ (କୃଷ୍ଣ ସିଂହ ) ଙ୍କ ରିପୋର୍ଟ
ହରଭଙ୍ଗା (3/8/2026) ଗଡଜାତ ଅମଳ ର ବହୁ ପୁରାତନ ତଥା 157 ବର୍ଷ ର ପ୍ରାଥମିକ ବିଦ୍ୟାଳୟ କୁ ମୁଖ୍ୟ ସଚେତକ ଓ ଜ଼ିଲ୍ଲାପାଳ ପରିଦର୍ଶନ କରିଥଲେ। ବିଦ୍ୟାଳୟ ର ଜିରାଜର୍ଣ୍ଣ ଅବସ୍ଥା, ବିପଦ ସଂକୁଳ କୋଠା ଇତ୍ୟାଦି ଦେଖି କ୍ଷୋଭ ପ୍ରକାଶ କରିବା ସଂଗେ ସଂଗେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜ଼ିଲ୍ଲା ପ୍ରଶାସନ କୁ ମୁଖ୍ୟସଚେତକ ପରାମର୍ଶ ଦେଇଥିଲେ। ତାପରେ ନୂତନ ଭାବେ ଟେଂଡର ହେବାକୁଥିବା ବହୁ ପତିକ୍ଷୀତ ଓ ହରଭଙ୍ଗା ଅଂଚଳ ର ମୁଖ୍ୟ ଦାବୀ ଥିବା ଥିବା ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ହରଭଙ୍ଗା ଠାରେ କର୍ଯ୍ୟକ୍ଷମ କରିବା ସଂଗେ ସଂଗେ ଏ ଦିଗ ରେ ପଦକ୍ଷେପ ନେବାକୁ ଜ଼ିଲ୍ଲାପାଳ ଙ୍କୁ କହିଥିଲେ । ହରଭଙ୍ଗା ଅଞ୍ଚଳ ର ଶହ ଶହ ଜନସାଧାରଣ ମୁଖ୍ୟ ସଚେତକ ଓ ଜ଼ିଲ୍ଲାପାଳ ଙ୍କୁ ସାଧୁବାଦ ଜଣାଇଛନ୍ତି।
