ସୈଣ୍ଢିକ ସମାଜ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ।
ବ୍ରହ୍ମପୁର -ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ରହ୍ମପୁର ମହାନଗର ସୈଣ୍ଢିକ ସମାଜ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୨ଟି କଲେଜ ପରିସରରେ ଶତାଧିକ ବୃକ୍ଷରୋପଣ କରାଯାଇଛି। ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି ଯାହାଫଳରେ ମଣିଷ ସମାଜ ଧ୍ୱଂସ ଆଡେ ଗତିକରିବା ସହ ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛି। ତେଣୁ ପରିବେଶ ସନ୍ତୁଳନ ପାଇଁ ପ୍ରଚୁର ବୃକ୍ଷରୋପଣ ର ଆବଶ୍ୟକ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଆର ସୁନନ୍ଦା ଚୌଧୁରୀ (ସାହୁ ),ହରପ୍ରିୟା ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁ,କୃଷଚନ୍ଦ୍ର ସାହୁ, ରବି କୁମାର ବେହେରା, ସୁଶାନ୍ତ ସାହୁ, ଭଗବାନ ପ୍ରସାଦ ସାହୁ ଏବଂ ଦିବାକର ସାହୁ ସମେତ ବହୁ ବ୍ୟକ୍ତିବିଶେଷ ଙ୍କ ଉପସ୍ଥିତ ରେ ବୃକ୍ଷରୋପଣ କରାଯାଇଥିଲା।
