ପିଲାଙ୍କ ଜୀବନ ସହ ଖେଳ
ଢେଙ୍କାନାଳ ପରଜଙ୍ଗ ବ୍ଲକ ଲୋଧଣୀ ଉପ୍ରା ବିଦ୍ୟାଳୟର ପାଠ ପଢିବା ଜାଗା ପାଲଟିଛି ମୃତ୍ଯୁର ଫାନ୍ଦ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଲୋଧଣୀ ଉପ୍ରା ବିଦ୍ୟାଳୟରେ ଗତକାଲି ଅପରାହ୍ନରେ ଘଟିଛି ଏକ ବଡ଼ ଅଘଟଣ । ସୂଚନା ମୁତାବକ ଗତକାଲି ଅପରାହ୍ନରେ ଚତୁର୍ଥ ଶ୍ରେଣୀ କ୍ଲାସରେ କେହି ଶିକ୍ଷକ ନଥିବା ବେଳେ ସିଲିଂ ଫ୍ୟାନଟି ଛିଣ୍ଡି ପଡିଥିଲା। ଫଳରେ ଫ୍ୟାନଟି ସିଧା ଛାତ୍ର ସୂର୍ଯ୍ୟ ବିଶ୍ୱାଳଙ୍କ ମୁଣ୍ଡରେ ପଡିଥିଲା।ଯାହାଫଳରେ ସେ ଗୁରୁତର ଆହାତ ହୋଇଛନ୍ତି। ତେଵେ ତାଙ୍କ ସାର୍ଟଟି ସମ୍ପୂର୍ଣ ରକ୍ତରେ ଭିଜି ଯାଇଥିଲା। ଆଉ ଜଣେ ଛାତ୍ରୀ ସୁନାକ୍ଷୀ ସାହୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ଅଭିଯୋଗ ମୁତାବକ ଶିକ୍ଷକମାନେ ଘଟଣାକୁ ଲୁଚାଇବାକୁ ରକ୍ତ ଭିଜା ସାର୍ଟ ଧୋଇବାକୁ କହିଥିଲେ। ଏହା ସହ ଗାଁ ମେଡ଼ିସିନ ଷ୍ଟୋରରେ ସାମାନ୍ୟ ଚିକିତ୍ସା କରି ଗୁରୁତର ଛାତ୍ରଙ୍କୁ ଘରେ ଛାଡିଦେଇଥିଲେ। ତେଵେ ଫ୍ୟାନଟି ଦୀର୍ଘ ଦିନ ଧରି ବିପଦ ଜନକ ଅବସ୍ଥାରେ ଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଥିବା ବେଳେ,ଏହାକୁ ସ୍ୱୀକାର କରିଛନ୍ତି ବିଦ୍ୟାଳୟର ଶିକ୍ଷୟିତ୍ରୀ। ତେଵେ ଏହିଭଳି ଅଘଟଣ ପାଇଁ ଯେଉଁ ମାନେ ଦାୟୀ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ଲକ ଶିକ୍ଷା ଅଧିକାରିଣୀ ପ୍ରିୟଦର୍ଶନୀ ନାୟକ । ସେପଟେ ଗୁରୁତର ଛାତ୍ରଙ୍କୁ ତାଙ୍କ ପରିବାର ଲୋକ ପରଜଙ୍ଗ ପ୍ରାଥମିକ ଗୋଷ୍ଠୀ କେନ୍ଦ୍ରରେ ଚିକିତ୍ସା ପରେ ଘରକୁ ଆଣିଥିବା ବେଳେ,ପିଲାଟି ଘରେ ଯନ୍ତ୍ରଣା ଭୋଗୁଥିବା ତାଙ୍କ ମା ଅଭିଯୋଗ କରିଛନ୍ତି। ଏହା ସହ ୧୫ଦିନ ତଳେ ତାଙ୍କ ପୁଅର ଆପେଁଡିକ୍ସ ଅପରେସନ ହୋଇଥିବା ମଧ୍ୟ ସେ କହିଛନ୍ତି। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
