*ପରିବେଶ ସୁରକ୍ଷା ପାଇଁ ହରିହର ସାହୁଙ୍କ ବିଭିନ୍ନ ବିଦ୍ୟାଳୟ ଚାରା ରୋପଣ ପ୍ରୟାସ ଜାରି ରହିଅଛି।* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ) ଗଁଦିଆ ବ୍ଳକ ର ବିଶିଷ୍ଟ ପରିବେଶବିତ୍ ତଥା ଶିକ୍ଷାବିତ୍ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ଜୁଲାଇ ମାସ ୩୧ ତାରିଖ ଦିନ ନବକାଶୀପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଲେଖ ବେହେରା, ପରିଚାଳନା ପରିଷଦ ସଭାପତି ବାସୁଦେବ ଶତପଥୀ, ମନ୍ଦାର ରାଜସ୍ବ ନିରୀକ୍ଷକ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥିତ ରେ ବିଦ୍ୟାଳୟ ପରିସରରେ ଚାରା ରୋପଣ କରିବା ପରେ ଜକିଆ ଗ୍ରାମ ର କିଛି ଶୁଭେଚ୍ଛୁ ତଥା ଜକିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ପ୍ରଧାନ, ବୃନ୍ଦାବନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଜୟ କୁମାର ରାଉତ ଙ୍କୁ ଚାରା ବଣ୍ଟନ କରି ଖୁସି ଅନୁଭବ କରିଛନ୍ତି। ଏହି ଚାରା ରୋପଣ କାର୍ଯ୍ୟକ୍ରମ ସ୍ବାଧୀନତା ଦିବସ ପର୍ଯ୍ୟନ୍ତ ଜାରି ରହିବ ବୋଲି ବିଶିଷ୍ଟ ପରିବେଶବିତ୍ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ସମସ୍ତେ ନିଜ ନିଜର ବଗିଚା ରେ ଚାରା ରୋପଣ କରି ପୃଥିବୀ ମାତା କୁ ଶାନ୍ତି ପ୍ରଦାନ କରିବା ପାଇଁ ପରିବେଶବିତ୍ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।
