ଆମ ବସ ଧକ୍କାରେ ୨ ଗୁରୁତର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନ ନ୍ତରିତ
ବନ୍ତ /ଆଗରପଡ଼ା,(ନିପ୍ର) ସ୍ଥାନୀୟ କୁଆଁଶମଢ଼ିଆ-ମହିଁଷଗୋଠ ରାସ୍ତାରେ ଆଗରପଡ଼ାରୁ ଅଣିଜୋ ଯାଉଥିବା ଆମ ବସ ଅପରପାର୍ଶ୍ଵରୁ ଆସୁଥିବା ବାଇକକୁ ଧକ୍କା ଦେଇଥିଲା । ଯଦ୍ଦ୍ଵାରା ଚାଳକ ଓ ଆରୋହୀ ୨ଜଣ ବାଇକରୁ ଛିଟିକି ପଡ଼ିଥିଲେ ।ଘଣ୍ଟଗଡ଼ିଆ ଗ୍ରାମର ଶେଖ ମିନାଜ୍(୨୪) ଓ ପଛରେ ବସିଥିବା ତାଙ୍କ ମାଆ ହେବାତୁନ ବିବି(୫୩) ପ୍ରଥମେ ଆଗରପଡ଼ା ମେଡିକାଲରେ ଚିକିତ୍ସିତ ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସଂପୃକ୍ତ ବସ ଓ ଚାଳକଙ୍କୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । ଏହି ବସର ଚାଳକ ଡ୍ୟୁଟି ସମୟରେ ମଧ୍ୟ ଡ୍ରେସ କୋର୍ଡ଼ ପିନ୍ଧି ନ ଥିବାର ଦେଖିବାକୁ ମିଳିଥିଲା ।
