ବିଶିଷ୍ଟ ବ୍ୟବସାୟୀ ତଥା ଅରୋଫାର୍ମାସିଟିକାଲ ପ୍ରତିଷ୍ଠାତା ବ୍ରଜ କିଶୋର ପ୍ରଧାନଙ୍କ ଆକସ୍ମିକ ବିୟୋଗ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)ସୋର ଅଡଙ୍ଗ ବଜାର ସ୍ଥିତ ଅରୋଫାର୍ମାସିଟିକାଲ ର ପ୍ରତିଷ୍ଠାତା ବ୍ରଜ କିଶୋର ପ୍ରଧାନ ଙ୍କ ଗତକାଲି ସନ୍ଧ୍ୟା ୬.୪୫ ମିନିଟ୍ ସମୟରେ ସୋର ମୋବାରକପୁର ଛକ ସ୍ଥିତ ପୈତୃକ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିବା ବେଳେ ତାଙ୍କର ମରଶରୀର ପାଖରେ ପୁଅ, ପୁତ୍ର ବଧୂ, ଝିଅ, ଜ୍ୱାଇଁ ନାତିନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ସୋର ବଣିକ ସଂଘ ର ସଭାପତି ଅଦ୍ଵୈତ କୁମାର କର ଙ୍କ ସମେତ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶେଷ ଦର୍ଶନ କରିଥିଲେ। ସୋର ସ୍ୱର୍ଗଦ୍ୱାର ରେ ଆଜି ଶେଷ କୃତ୍ୟ ସଂପନ୍ନ କରାଯାଇଛି।ସାନ ପୁଅ ରମେଶ ଚନ୍ଦ୍ର ପ୍ରଧାନ ମୁଖାଗ୍ନି ଦେଇଥିଲେ।
