ମା ସରସ୍ବତୀ ଶିଶୁଵିଦ୍ୟା ମନ୍ଦିରରେ ବ୍ୟାସଦେବ ଜୟନ୍ତୀ ପାଳିତ।
ବ୍ରହ୍ମପୁର -ସ୍ଥାନୀୟ ଅରବିନ୍ଦ ନଗରସ୍ଥିତ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆଷାଢ଼ ପୂର୍ଣ୍ଣିମା ମହାଡମ୍ବରରେ ପାଳିତ ହୋଇଯାଇଛି।ଲୋଚାପଡା ମଠାଧୀଶ ମହନ୍ତ ଚିନ୍ମୟ ଦାଶ ମହାରାଜ ମୁଖ୍ୟ ଅତିଥିଭାବେ ଯୋଗଦେଇ ଗୁରୁପୂର୍ଣ୍ଣିମା ର ମହତ୍ୱ ଏବଂ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ।ଭାରତୀୟ ସଂସ୍କୃତି ଏବଂ ପରମ୍ପରା ରେ ଗୁରୁର ସ୍ଥାନ ସର୍ବୋଚ୍ଚ ରେ ରହିଥାଏ ତେଣୁ ଗୁରୁଙ୍କୁ ସବୁବେଳ ସମ୍ମାନ ଦେବା ଆମ୍ଭ ମାନଙ୍କର ପରମ ଧର୍ମ ବୋଲି କହିଥିଲେ। ଭାରତ ସରକାରଙ୍କ ଜାତୀୟ ଶିକ୍ଷାନୀତି ର ଷଷ୍ଠ ବାର୍ଷିକ ଉତ୍ସବ ରେ ଆଜି ଗୁରୁପୂର୍ଣ୍ଣିମା ଅନୁଷ୍ଠିତ ହୋଇଛି ତେଣୁ ଏହା ଗୌରବ ର ଦିନ ବୋଲି ବିଦ୍ୟାଳୟ ସମ୍ପାଦକ କୁମୁଦ ରଞ୍ଜନ ପଣ୍ଡା କହିଥିଲେ।ପରିଚାଳନା ସମିତିର ଉପସଭାପତି ରଞ୍ଜନ କୁମାର ସାହୁ ମୁକବକ୍ତା ଭାବେ ଯୋଗଦେଇ ମହର୍ଷି ବ୍ୟାସଦେବ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ବିଦ୍ୟାଳୟ ର ଶିଶୁମାନଙ୍କ ଦ୍ୱାରା ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହର୍ଷି ବ୍ୟାସଦେବ ଙ୍କ ଜୀବନୀ ଉପରେ ଶିଶୁ ମାନେ ବତ୍କୃତା ପ୍ରଦାନ କରିଥିଲେ। ବିଦ୍ୟାଳୟ ର ପ୍ରଧାନଚାର୍ଯ୍ୟ ରାଜେନ୍ଦ୍ର ପଟ୍ଟନାୟକ ଏହି ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଅଶ୍ୱିନୀ କୁମାର ଦାଶ, ନୀଳାଞ୍ଚଳ ଦାଶ, ଶ୍ରୀକାନ୍ତ ପଟ୍ଟନାୟକ, ମିନାକ୍ଷୀ ଦାଶ, ଇତିଶ୍ରୀ ଦାଶ, ପ୍ରଣତି ପଟ୍ଟନାୟକ ସମେତ ସମସ୍ତ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ।
