ନବୋଦୟ ଭାରତ ଫାଉଣ୍ଡେସନ ତରଫରୁ ସାରୁ ଗ୍ରାମ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ।
ହିଞ୍ଜିଳିକାଟୁ -ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସାରୁ ଗ୍ରାମ ରେ ନବୋଦୟ ଭାରତ ଫାଉଣ୍ଡେସନ ପକ୍ଷରୁ ଏକ ସୁନ୍ଦର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହେଲା।ଏହି କାର୍ଯ୍ୟକ୍ରମରେନବୋଦୟ ଭାରତ ଫାଉଣ୍ଡେସନ ର ସଭାପତି କିରଣ କୁମାର ସାହୁ, ସମ୍ପାଦକ ନିରାକାର ସାହୁ, ଉପସଭାପତି ସୂର୍ଯ୍ୟନାରାୟଣ ସାବତ, ସଦସ୍ୟ ସାନ୍ତୁନୁ କୁମାର ସାହୁ, ସଦସ୍ୟ। ସରିତା ପଣ୍ଡା ଏବଂ ଲଷ୍ମୀ ସାହୁଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସାରୁ ଗ୍ରାମର ସରପଞ୍ଚ ନୀଳାଞ୍ଚଳ ସାହୁ ପୂର୍ଣ୍ଣ ସହଯୋଗ କରିଥିଲେ।।ଯିଏ ସାମୁଦାୟିକ ଉନ୍ନତି ଓ ପରିବେଶ ସୁରକ୍ଷା ପାଇଁ ଏହି ପ୍ରୟାସକୁ ଆଗେଇ ବଢାଇଥିଲେ। ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ବ୍ଲକ୍ ବିଧାୟକ ଙ୍କ ପ୍ରତିନିଧି ଏଳା ସୁଦର୍ଶନ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ମୁମ୍ବାଇ ଉତ୍କଳ ସମିତିର ଉପସଭାପତି ସୂର୍ଯୟନାରାୟଣ ଗୌଡ, ସାରୁ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଡ.ମନୀଷା ପଣ୍ଡା, ସ୍ଵାଭିମାନ ଫାଉଣ୍ଡେସନର ସଭାପତି ଅମ୍ବିକା ପ୍ରସାଦ ପଣ୍ଡା, ଆଦିତ୍ୟ ନାରାୟଣ ରଥ, ପୁରୋହିତ ଶରତ ଚନ୍ଦ୍ର ଷଡଙ୍ଗୀ,କଳାକାର ସଂଘ ର ସଭାପତି ପି.ହରିବନ୍ଧୁ ଯୋଗ ଦେଇଥିଲେ।ବୃକ୍ଷ ରୋପଣ ମାଧ୍ୟମରେ ପରିବେଶକୁ ସୁରକ୍ଷିତ କରିବା ସହିତ, ଗ୍ରାମର ହରିତ ପରିଦୃଶ୍ୟ ଓ ଶ୍ୱାସୋକ୍ଷମତାକୁ ବଢ଼ାଇବା ଲକ୍ଷ୍ୟ ରହିଛି।ସମସ୍ତ ଅଂଶଗ୍ରାହୀ ଏକତ୍ରିତ ହୋଇ ଏହି କାର୍ଯ୍ୟକ୍ରମରେ ସହଭାଗୀ ହେବା ସହ ଏହାକୁ ସଫଳ କରିବାରେ ଖୁସି ଓ ଗର୍ବ ଅନୁଭବ କରୁଥିଲେ।ଏହା ଗ୍ରାମ ଜୀବନରେ ପରିବେଶ ସଚେତନତା ଓ ସାମୁଦାୟିକ ସହଯୋଗର ଏକ ଶକ୍ତିଶାଳୀ ଦୃଷ୍ଟାନ୍ତ ହିସାବରେ ଥିବାର ସୂଚନା ମିଳିଲା। ଏହି କାର୍ଯକ୍ରମକୁ ମନୋଜ କୁମାର ସାବତ ପରିଚାଳନା କରିଥିଲେ। ଆଗାମୀ ଦିନରେନବୋଦୟ ଭାରତ ଫାଉଣ୍ଡେସନ ତରଫରୁ ସ୍ୱାସ୍ଥ୍ୟ, ଶିକ୍ଷା,ସ୍ୱଚ୍ଛତା,ମହିଳା ସଶକ୍ତି କରଣ, ପାଇଁ ମାଗଣା ସିଲେଇ ଶିକ୍ଷା ପ୍ରଦାନ, ଏବଂ ନିଶାନିବାରଣ ଭଳି ସାମାଜିକ କାର୍ଯ୍ୟକ୍ରମ କରାଯିବ l
