ଅନନ୍ତପୁର ଶ୍ରୀ ଜଗନ୍ନାଥ ମନ୍ଦିର ର ବାହୁଡା଼ ଯାତ୍ରା
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର) ସୋର ବ୍ଲକ ଅନନ୍ତପୁର ଶ୍ରୀ ଜଗନ୍ନାଥ ମନ୍ଦିର ର ମହାପ୍ରଭୁଙ୍କ ବାହୁଡା଼ଯାତ୍ରା ମହା ସମାରୋହ ରେ ସମ୍ପନ୍ନ ହୋଇଯାଇଛି,ସକାଳୁ ଜୀଊମାନଙ୍କ ନୀତି କାନ୍ତି ସରିଲା ପରେ, ଚିତ୍ତୋଳ ଭାଗବତ ଗାଦି ମନ୍ଦିର ରୁ ବିରାଟ ପଟୁଆର ରେ ଆଜ୍ଞାମାଳ ଓ ତୁଳସୀଭାର ଆସି ମାଉସୀ ମା ମନ୍ଦିର ଅନନ୍ତପୁର ମା ତାରିଣୀ ମନ୍ଦିର ରେ ପହଞ୍ଚିଥିଲା, ପରେ ଜୀଉ ମାନଙ୍କୁ ଗୋଟି ପହଣ୍ଡି ରେ ରଥା ରୁଡ଼ କରାଗଲା ଏବଂ ବରିଷ୍ଟ ସେବାୟତ ବିଜୟ କୁମାର କର ରଥରେ ଛେରାପହଁରା କରି ଥିଲେ, ଅପରାହ୍ନ ୪ ଟା ରେ ଶଙ୍ଖ, ଘଣ୍ଟ ଘଣ୍ଟା ସଂକିର୍ତନ, ବାଜା , ଜୟ ଜଗନ୍ନାଥ ଧ୍ୱନି ମଧ୍ୟ୍ୟ ରେ ରଥଟଣା ଆରମ୍ଭ ହୋଇ ଥିଲା ।ବାଟ ରେ ମା ମଙ୍ଗଳା ମନ୍ଦିର ନିକଟରେ ରଥ ଅଟିକିଥିଲା, ସେଠାରେ ପୂଜା ଅର୍ଚ୍ଚନା ପରେ ରଥ ଟଣା ହୋଇଥିଲା। ରଥ ରୁ ଧାରା ବିବରଣୀ ନକୁଳ ଚରଣ କର ପ୍ରଦାନ କରିଥିଲେ । ସନ୍ଧ୍ୟା ସୁଦ୍ଧା ରଥ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା । ସୁନା ବେଶ, ଅଧରପଣା ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନେ ରଥ ଉପରେ ଶ୍ରୀ ଜୀଉ ମାନଙ୍କୁ ଦର୍ଶନ କରିପାରିବେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବ ଦିନାତ୍ମକ ଯାତ୍ରାଟି ପ୍ରଶାସନ,ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ସେବାୟତ, ତାରିଣୀ ମନ୍ଦିର କମିଟି ଜନସାଧାରଣ ଓ ସ୍ବେଛାସେବୀ ମାନଙ୍କ ପୂର୍ଣ୍ଣ ସହଯୋଗରେ ସମ୍ପୂର୍ଣ ହୋଇଥିଲା ।
