*ଗାୟକ ସମ୍ରାଟ ଅଭୟ କୁମାର ସ୍ବାଇଁ ଙ୍କ ଦେହାନ୍ତ* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ତା ୨୫.୭.୨୦୨୬
ସମଗ୍ର ଜୀବନ କୁ ଓଡ଼ିଆ ସଂସ୍କୃତି ଓଡ଼ିଆ ଅସ୍ମିତା ଓଡ଼ିଆ ଭାଷା ସାହିତ୍ୟ ର ଅଭିବୃଦ୍ଧି ପାଇଁ ଉତ୍ତମ ପାଲ ପରିବେଶଣ କରି ଓଡ଼ିଆମାନଙ୍କୁ ଅତି ଭଲପାଉଥିବା ପାଲାକାର ଗାୟକ ସମ୍ରାଟ ଅଭୟ କୁମାର ସ୍ବାଇଁ ବାହୁଡ଼ା ଆଷାଢ଼ ମାସ ର ଶୁକ୍ଳ ପକ୍ଷ ଦଶମୀ ତିଥିରେ ପ୍ରଭୁ ପରମ ପ୍ରେମମୟ ଠାକୁର ଙ୍କ ଡାକରା ରେ ଅଫେରା ରାଇଜ କୁ ଚାଲି ଯାଇଛନ୍ତି। ଢେଙ୍କାନାଳ ଜିଲ୍ଲା ର ଝାରଦା, ବିଧାରପୁର, ଅରାଚୁଆ, କରମୂଳ, ଷଡ଼ଙ୍ଗୀ, ପିଙ୍ଗୁଆ, ଲାଉଲଇ , ଜଙ୍ଖିରା ପାଲା ମଣ୍ଡପରେ ପାଲା ପରିବେଷଣ କରି ଜନ ମାନସରେ ସମସ୍ତ ଙ୍କ ର ଅତି ଆପଣାର ହୋଇ ପାରିଥିଲେ। ତାଙ୍କ ବିୟୋଗ ରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଗଭୀର ମ୍ରିୟମାଣ ହୋଇ ଶୋକ ପ୍ରକାଶ କରି ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ପରିବାରବର୍ଗ ଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।
