*ସରକାରୀ ପ୍ରାଥମିକ ବିଦ୍ୟାଳୟ ଗଁଦିଆ ରେ ଚାରା ରୋପଣ।* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ତା ୨୩.୭.୨୦୨୬
ପରିବେଶ କ୍ଲବ୍ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ତତ୍ତ୍ଵାବଧାରକ ତଥା ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହିତ ପରିବେଶ କ୍ଲବ ର ଛାତ୍ର ଛାତ୍ରୀମାନଙ୍କ ଉପସ୍ଥିତ ରେ ଗଁଦିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ହରିହର ସାହୁ ବିଦ୍ୟାଳୟ ପରିସରରେ ନିଜେ ପ୍ରସ୍ତୁତ କରିଥିବା ଫଳ ଚାରା କୁ ତାଙ୍କ ପ୍ରିୟ ତଥା ଗଁଦିଆ ବ୍ଳକ ର ସର୍ବ ପୁରାତନ ଅନୁଷ୍ଠାନ ” ଗଁଦିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ରୋପଣ କରି ନିଜକୁ ଧନ୍ୟ ମନେ କରିଛନ୍ତି। ବିଦ୍ୟାଳୟ ରୂପକ ମନ୍ଦିର ରେ ଚାରା ରୋପଣ ଏକ ପ୍ରକୃତି ସୁରକ୍ଷା କାର୍ଯ୍ୟକ୍ରମ ବୋଲି ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଏହି ଗଁଦିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗଁଦିଆ ବ୍ଳକ ରେ ଅନେକ ସୁଯୋଗ୍ୟ ଛାତ୍ର ଛାତ୍ରୀମାନଙ୍କୁ ଗଢି ଓଡ଼ିଶା ରେ ସୁପ୍ରତିଷ୍ଠିତ କରିପାରିଛନ୍ତି ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।
