ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ
ସୋର, ୨୨/୨(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର) : ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରୋଗୀ କଲ୍ୟାଣ ସମିତିର ଏକ ବୈଠକ ଅଧିକ୍ଷକ କାଶିନାଥ ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ସୋର ବିଧାୟକ ମାଧବ ଧଡ଼ା ଓ ସମ୍ମାନିତ ଅତିଥିଭାବେ ବ୍ଲକ ଅଧକ୍ଷ ଅନୁସୟା ମଳିକ ଉନସ୍ଥିତ ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିଲେ। ଉପସ୍ଥିତ ଅନ୍ୟ ସଭ୍ୟ ମାନେ ରୋଗୀମାନଙ୍କର ବିଭିନ୍ନ ଅସୁବିଧା ସମ୍ପର୍କରେ ଆଲୋଚନା କରିବା ସହିତ ଡାକ୍ତରମାନେ ରୋଗୀ ଓ ସେମାନଙ୍କ ସହ ଆସୁଥିବା ସମ୍ପର୍କୀୟଙ୍କୁ ଉଚିତ ବ୍ୟବହାର ଦର୍ଶାଇବାକୁ କହିଥିଲେ ଏବଂ ଡାକ୍ତରଖାନାରେ ଚାଲିଥିବା ଦଲାଲ ରାଜକୁ ସମୂର୍ଣ୍ଣ ଭାବେ ବନ୍ଦ କରିବାକୁ କହିଥିଲେ। ଶେଷରେ ଡାକ୍ତରଖାନାର ବିପିଏମ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଭିନ୍ନ ବିଭାଗର ଅଧିକାରୀ ଓ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।
