ନିଟ୍ କୃତୀ ଛାତ୍ରୀ ମୋନାଲିସାଙ୍କୁ ସମ୍ବର୍ଦ୍ଧନା
ବନ୍ତ /ଆଗରପଡ଼ା,(ନିପ୍ର) ଭଦ୍ରକଜିଲ୍ଲାର ଅନ୍ୟତମ ପ୍ରମୁଖ ତଥା ପୁରାତନ ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲ ପ୍ରାକ୍ତନ ଛାତ୍ରୀ ମୋନାଲିସା ପୃଷ୍ଟି ଚଳିତ ବର୍ଷ ନିଟ ପରୀକ୍ଷାରେ କୃତୀତ୍ଵ ଅର୍ଜନ କରିଛନ୍ତି । ସେ ୫୬୯ ନମ୍ବର ରଖି ୨୪୦୬୪ ଅଲ ଇଣ୍ଡିଆ ରେଙ୍କ ରେ ରହିଛନ୍ତି । ସେ ଆଗରପଡ଼ା ସ୍ଥିତ ବିଟିପୁର ଗ୍ରାମର ନିରଞ୍ଜନ ପୃଷ୍ଟି ଓ ମମତା ପୃଷ୍ଟିଙ୍କ ସୁକନ୍ୟା ଅଟନ୍ତି । ବାଳିକା ହାଇସ୍କୁଲରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ପ୍ରଧାନଶିକ୍ଷକ ତଥା ବନ୍ତ ବ୍ଲକ ଶିକ୍ଷାଧିକାରୀ ଦାୟିତ୍ୱରେ ଥିବା ଚିତ୍ତରଂଜନ ମହାନ୍ତି, ପ୍ରାକ୍ତନ ପ୍ରଧାନଶିକ୍ଷକ ବିପିନ ବିହାରୀ ପାଢ଼ୀ,ବରିଷ୍ଠ ଶିକ୍ଷକ ଅଜିତ ରାଉଳ, ଭୀମସେନ ପାଳ, କୈଳାସ ପଣ୍ଡା, ବନଜିନୀ ନାୟକ,ଭାଗ୍ୟଶ୍ରୀ ପଣ୍ଡା, ପ୍ରମୋଦିନୀ ସାହୁ, ବିଦ୍ୟୁତଲତା ଦାସ, ସାଗରିକା ମହାନ୍ତି, ରଂଜିତା ଶିଅଳ, ସାବିତ୍ରୀ ଦାଶ , ସୁମିତ୍ରା ନାଇକ ପ୍ରମୁଖ ଉପସ୍ଥିତ ରହି ମୋନାଲିସାଙ୍କୁ ପ୍ରଂଶସାପତ୍ର ସହ ଉପଢୌକନ ପ୍ରଦାନ ପୂର୍ବକ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।
