ଯୋରନ୍ଦା କାଲୁରିଆ ରାସ୍ତାଉପରେ ଛିଡ଼ାହୋଇ ରହିଚ୍ଛି ଏକ ଦନ୍ତାହାତୀ l ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର ) ଗଁନ୍ଦିଆ ବ୍ଲକ ଯୋରନ୍ଦା ଫରେଷ୍ଟର ଅଧିନରେ ଯୋରନ୍ଦା କାଲୁରିଆ ମୁଖ୍ୟ ରାସ୍ତାର ନୂଆକାଲୁରିଆ ରାସ୍ତା ଉପରେ ସକାଳ ଛଟାରେ ଠିଆହୋଇଛି ଏକ ଦନ୍ତା ହାତୀ,ଲୋକେ ଯେତେ ଘଉଡ଼ାଇବାକୁ ଚେଷ୍ଟା କଲେମଧ୍ୟ ସେ ସେଠାରୁ ହଟୁନାହିଁ, କିଛି ସମୟ ଅପେକ୍ଷା କଲାପରେ ଜଣାପଡିଲା ସେ ତାର ସାଥୀକୁ ଅପେକ୍ଷା କରିଛି,ସତକୁଶତ ଆଉ ଗୋଟିଏ ବଡ଼ ଦନ୍ତାହାତୀ ଆସିଲା ପରେ ଉଭୟେ ଜଙ୍ଗଲ ମୁହାଁ ହେଲେ ସେତେବେଳ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ଲୋକଙ୍କ ଯାତାୟତ ପୁରା ବନ୍ଦ ହୋଇଗଲା l ସକ୍ଷିତ ଜଙ୍ଗଲ ରୁପାବଳିଆ ପାହାଡ଼ରେ ହାତୀ ମାନଙ୍କର ବାସସ୍ଥଳୀ l ସବୁଦିନ ସଂଧ୍ୟା ହେଲେ ହାତୀ ମାନେ ଖାଦ୍ୟ ସଂଗ୍ରହରେ ବାହାରି ପଡନ୍ତି, କିନ୍ତୁ ଦୁଃଖ ଓ ପରିତାପର ବିଷୟ ପ୍ରତିବର୍ଷ ହାତୀ ଆକ୍ରମଣ ରେ ଆଠ ରୁ ଦଶଜଣ ମଣିଷଙ୍କ ଜୀବନ ଯାଉଛି, ହେଲେ ଆଜି ପ୍ରଯ୍ୟନ୍ତ କିଛି ସ୍ଥାୟୀ ପ୍ରତିକାର ହୋଇ ପାରିଲାନାହିଁ l ଏ ଅଞ୍ଚଳର ସାତ ରୁ ଆଠଟି ପଞ୍ଚାୟତର ଲୋକମାନେ ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ଭୟ କରୁଛନ୍ତି, ଯେତେ ବଡ ବିପଦ ପଡିଲେ ମଧ୍ୟ ରାତ୍ରିରେ ଘରୁ ବାହାରିବାକୁ ସୁରକ୍ଷିତ ମନେକରୁନାହାନ୍ତି ସକାଳ ପର୍ଯନ୍ତ ଅପେକ୍ଷା କରିବାକୁ ପଡୁଛି l ହାତୀ ଓ ମଣିଷଙ୍କ ମଧ୍ୟରେ ଚାଲିଥିବା ଲଢେଇର ଅନ୍ତ କେବେ ଘଟିବ ଲୋକେ ରାତ୍ରିରେ ମେଡିକାଲ ସେବା ଓ ଅନ୍ୟାନ୍ୟ ସେବା ସବୁ ପାଇପାରିବେ ତା ଅପେକ୍ଷା ରେ ଅଞ୍ଚଳର ଗ୍ରାମବାସୀମାନେ l
