ଝାରପୋଖରିଆ ବଜାରରେ ଗଞ୍ଜେଇ ବେପାରୀ ଗିରଫ
——————————-
ସାରସକଣା:(୨୧/୭/୨୬):(ନି.ପ୍ର):
ଝାରପୋଖରିଆ ଥାନା ଅଧୀନସ୍ତ ଝାରପୋଖରିଆ ମୁଖ୍ୟ ବଜାରରେ ଏକ ଚା ଦୋକାନରେ ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ବିଶେଷ ସୁତ୍ରରୁ ଖବର ପାଇ ଭବେଶ ଚନ୍ଦ୍ର ନାଏକ(ଧୁସା) ଙ୍କ ଚା ଦୋକାନରେ ଅଚାନକ ଚ଼ଢ଼ଉ କରିଥିଲେ । ଚଢଉ ରେ ତାଙ୍କ ନିକଟରୁ ୨କି.ଗ୍ରା ୧୦୦ ଗ୍ରାମ୍ ଗଞ୍ଜେଇ ଜବତ କରି ତାଙ୍କୁ ଥାନାକୁ ଆଣି ପଚରାଉଚରା ଚଲାଇଛନ୍ତି । ଏ ସମ୍ବନ୍ଧରେ ଥାନାରେ ଏକ ମକଦ୍ଦମା କେସ୍ ନମ୍ବର ୨୧୨/୨୬ ରେ ମାମଲା ରୁଜୁ କରାଯାଇଅଛି। ଅନିଲ କୁମାର ସାହୁ ସାରସକଣା ବ୍ଲକ ପ୍ରତିନିଧି ଭଞ୍ଜଦୂତ ଖବର।
