ଶ୍ରୀ ବିଦ୍ୟା ବିହାର ପବ୍ଲିକ ସ୍କୁଲରେ ବିଶ୍ଵ ଯୋଗ ଦିବସ ପାଳନ ।
ମାଣତ୍ରୀ-(ଆପ୍ର) ଯୋଶଶ୍ରୀ ପ୍ରଧାନମନ୍ତ୍ରୀଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ମହୋଦୟ ୨୦୧୪ ମସିହାରେ ସେପ୍ଟେମ୍ବର ୨୭ ତାରିଖ ଦିନ ମିଳିତ ସାଧାରଣ ସଭାରେ ଯୋଗ ଦେଇ ଯୋଗ ଦିବସ ପାଳନ ପାଇଁ ଏକ ପ୍ରସ୍ତାବ ଦେଇଥିଲେ ।ଏହି ପ୍ରସ୍ତାବ ଟିକୁ ମିଳିତ ଜାତିସଂଘ ତରଫରୁ ସିକୃତି ପ୍ରଦାନ କରାଯାଇଥିଲା।ଏହାପରେ ଏହି ଯୋଗ ଦିବସ ଟି କିପରି ସମଗ୍ର ବିଶ୍ଵରେ ପାଳିତ ହେବ ତାହା ପ୍ରସ୍ତାବ ଦେଇଥିଲେ।ଏହାପରେ ମିଳିତ ଜାତିସଂଘ ତରଫରୁ ଜୁନ୍ ୨୧ ତାରିଖ ବିଶ୍ଵ ଯୋଗ ଦିବସ ରୂପେ ଘୋଷଣା କରାଯାଇଥିଲା।ଏହା ପ୍ରଥମ କରି ୨୦୧୫ ମସିହା ଜୁନ୍ ୨୧ ତାରିଖ ଭାରତର ରାଜଧାନୀ ଦିଲ୍ଲୀର ରାଜପଥରେ ଏଥିରେ ୧୯୩ଟି ଦେଶର ଲୋକ ଅଂଶ ଗ୍ରହଣ କରିଥିଲେ।ଏହାପରେ ଜୁନ୍ ୨୧ ତାରିଖ କୁ ବିଶ୍ଵ ଯୋଗ ଦିବସ ଭାବେ ସାରା ବିଶ୍ବରେ ପାଳନ କରାଯାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହି ଦିନର ଶୁଭାରମ୍ଭ ହୋଇଥିଲା, ଯାହା ଏବେ ୧୧ବର୍ଷରେ ପହଞ୍ଚିଛି।
ଆଜି ୨୧ ରିଖ ସକାଳ ୬ ଘଟିକା ସମୟ ରେ କାଣିମହୁଲି ସ୍ଥିତ ଶ୍ରୀ ବିଦ୍ୟା ବିହାର ପବ୍ଲିକ ସ୍କୁଲ ପରିସରରେ ଅଧ୍ୟକ୍ଷ କୃତିବାସ ଦାସଙ୍କର ପୋରୋହିତ୍ୟ ରେ ଯୋଗ କାର୍ଯ୍ୟ ଉଦଘାଟନ କରିଥିଲେ। ଉପସ୍ଥିତ ଛାତ୍ର ଛାତ୍ରୀମାନଙ୍କୁ ଯୋଗ ର ଉପାଦେୟତା ଓ ଯୋଗ ଦ୍ୱାରା କିଭଳି ଶରୀର ସୁସ୍ଥ ଓ ନିରୋଗ ରହିବ ସେବିଷୟ ରେ ବୁଝାଇ ଥିଲେ ।ଏହା ପରେ ସେହି ବିଦ୍ୟାଳୟର ଶିକ୍ଷକ ସରୋଜ ଦଣ୍ଡପାଟ ବିଭିନ୍ନ ଯୋଗ ଆସନ ବିଷୟରେ ଶିକ୍ଷା ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ୫୧ଜଣ ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ l କାର୍ଯ୍ୟକ୍ରମ ଶେଷରେ ମିଳିତ ଶପଥ ପାଠ ହୋଇଥିଲା l ସ୍କୁଲର ଶକ୍ତିଦେବ ସିଂ , ରୁହ୍ୟା ସିଂ, ଉଦୟ ମହାନ୍ତ, ଅମଳେନ୍ଦୁ ସାମଲ, କ୍ରିଷ୍ଣା ସାମଲ ,ବିଶ୍ୱଜିତ ମହାନ୍ତ, ଯୁଧିଷ୍ଟିର ମହାନ୍ତ, ସତ୍ୟବ୍ରତ ବାରିକ୍ ,ଏମ.ଏମ ବେଜ,ଦୀପ୍ତିମୟୀ ସିଂ ,ସେଫାଳି ଭୋୟି, ରଶ୍ମୀ ରେଖା ମହାନ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ କାର୍ଯ୍ୟ କ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶିଷୟିତ୍ରୀ ତପସ୍ୱୀନି ମହାନ୍ତ ସମସ୍ତକୁ ଧନ୍ୟବାଦ ଅର୍ପଣ କରିଥିଲେ।
ମୟୁରଭଞ୍ଜ ବଡ଼ସାହି ରୁ ଅଜିତ ମାହାର୍ଣ୍ଣା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
