ମୟୂରଭଞ୍ଜ ସଂକୀର୍ତ୍ତିନ ମହାସଂଘ ଗଠନ
__________________
ସାରସକଣା:(୨୧/୭/୨୬):(ନି.ପ୍ର):
ଗତ ରବିବାର ୧୯ ତାରିଖ ଦିନ ପୂର୍ବାହ୍ନ ୧୧ ଘଟିବା ସମୟରେ ବାରିପଦା ସ୍ଥିତ ଅବସର ପ୍ରାପ୍ତ କର୍ମଚାରୀ ଭବନ ଠାରେ ଶିକ୍ଷାବିତ୍ ଭାରତ ଚନ୍ଦ୍ର ମହାନ୍ତଙ୍କ ସଭାପତିତ୍ଵରେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ କୀର୍ତ୍ତିନ ମଣ୍ଡଳୀ ମାନଙ୍କର ଏକ ସାଧାରଣ ବୌଠକ ଅନୁଷ୍ଠିତ ହୋଇଥିଲା । ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରୁ ଦଶରଥ ଧଡ଼ା, ତ୍ରିଲୋଚନ କର ଓ ଦେବେନ୍ଦ୍ର ନାଥ ସିଂ ନିଜ ନିଜ ବ୍ୟକ୍ତବ୍ୟରେ କୀର୍ତ୍ତିନ ର ଧାରା, ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତର କାର୍ଯ୍ୟ ପନ୍ଥା ବିଷୟରେ ଆଲୋକପାତ କରିଥିଲେ । ମଞ୍ଚ ଆମନ୍ତ୍ରଣ ଶ୍ରୀ ଦଶରଥ ଧଡ଼ା କରିଥିବା ବେଳେ ମଞ୍ଚ ପରିଚାଳନା ରବିନ୍ଦ୍ର ନାଥ ନାଏକ,ଅରବିନ୍ଦ ଦାସ, ବଙ୍କିମ ଚନ୍ଦ୍ର ତୁଙ୍ଗ,ନୀରଞ୍ଜନ ଘୋଷ କରିଥିଲେ । ମଞ୍ଚାସୀନ ସଭାପତି ଶ୍ରୀ ଭରତ ଚନ୍ଦ୍ର ମହାନ୍ତ ସ୍ବାଗତ ଭାଷଣ ଦେବା ସହିତ ସଂକୀର୍ତ୍ତିନ ସାମାଜିକ ମୂଲ୍ୟବୋଧରେ ରକ୍ଷା କବଚ ହିସାବରେ କାର୍ଯ୍ୟ କରି ଆସୁଅଛି । ତେଣୁ ସଂକୀର୍ତ୍ତିନ ମାଧ୍ୟମରେ ଭବିଷ୍ୟତ ପିଢିକୁ କେମିତି ଆଧ୍ୟାତ୍ମିକତାର ମୁଖ୍ୟ ସ୍ରୋତରେ ସାମିଲ କରି ହେବ ସେ ଦିଗରେ ଆଲୋକପାତ କରିଥିଲେ । ପରିଶେଷରେ ମଞ୍ଚାସୀନ ଅତିଥିଙ୍କ ଦ୍ୱାରା ଲୋଗ ଉନ୍ନୋଚ଼ନ କରାଯାଇଥିଲା ଓ ଅନୁଷ୍ଠାନର ନାମକରଣ ”ମୟୂରଭଞ୍ଜ ସଂକୀର୍ତ୍ତିନ ମହାସଂଘ” ରଖାଯାଇ ଏହାର କର୍ମକର୍ତ୍ତା ଚୟନ କରାଯାଇଥିଲା । ଅନୁଷ୍ଠାନର ସଭାପତି ରୂପେ ଭାରତ ଚ଼ନ୍ଦ୍ର ମହାନ୍ତ, କାର୍ଯ୍ୟକାରୀ ସଭାପତି ପଦ୍ମନାଭ ନାଏକ,ସଂପାଦକ ଦେବେନ୍ଦ୍ର ନାଥ ସିଂ, ସାଂଗଠାନିକ ସମ୍ପାଦକ ଦଶରଥ ଧଡ଼ା, ଉପ-ସଭାପତି ତ୍ରିଲୋଚ଼ନ କର, ସହ ସଂପାଦକ ଅରବିନ୍ଦ ଦାସ ଓ ଦିଲ୍ଲୀପ କୁମାର ନାଏକ, କୋଷାଧ୍ୟକ୍ଷ ଅଶୋକ କୁମାର ଦାସ ଓ ସଭ୍ୟ ସରୋଜ କୁମାର ସିଂହ, ହେମନ୍ତ ପୃଷ୍ଟି, ବୃନ୍ଦାବନ ମହାନ୍ତିଙ୍କୁ ଚୟନ କରାଯାଇଥିଲା । ଶେଷରେ ସତୀଶ ଚନ୍ଦ୍ର ଶେଜପଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଅନିଲ କୁମାର ସାହୁ ସାରସକଣା ବ୍ଲକ ପ୍ରତିନିଧି ଭଞ୍ଜଦୂତ ଖବର।
