ଧର୍ମ ପରାୟଣ ମହିଳା ✓ପଦ୍ମାବତୀ ଦାଶଙ୍କୁ ଦ୍ୱାଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ l
ଭବାନୀପାଟଣା -(କିଶନ ଶର୍ମା):ସ୍ୱଦେଶୀ ଜାଗରଣ ମଞ୍ଚର ପ୍ରାନ୍ତ ଯୁବ ପ୍ରମୁଖ ଗୋଦାବରୀଶ ପାତ୍ର ଙ୍କ ପୂଜ୍ୟ ମାତା ଓ ଭବାନୀପାଟଣା ସହରର ଧର୍ମ ପରାୟଣ ମହିଳା ✓ପଦ୍ମାବତୀ ଦାଶଙ୍କ
ଦ୍ୱାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ପୁରୁଣାପଡ଼ାସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଆୟୋଜିତ ଦ୍ୱାଦଶାହ କାର୍ଯ୍ୟକ୍ରମରେ ଆତ୍ମୀୟ ସ୍ଵଜନ ଓ ପରିବାର ବର୍ଗ ଉପସ୍ଥିତ ଥିଲେ l ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିଭାଗ ସଂଘଚାଳକ ଜୟନାରାୟଣ ବାବୁ, ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ଅରୁଣ କୁମାର ନାଏକ, ସ୍ୱଦେଶୀ ଜାଗରଣ ମଞ୍ଚ ର ପ୍ରାନ୍ତ ସଂଯୋଜକ ମନୋରଞ୍ଜନ ରାଉତରାୟ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ନାୟକ, ପ୍ରାନ୍ତ ସମ୍ପର୍କ ପ୍ରମୁଖ ପ୍ରତୀକ ଯୋଷୀ, ବିଭାଗ ସଂଯୋଜକ ନକୁଳ ନାୟକ, ଜିଲ୍ଲା ସଂଯୋଜକ ଗଜିନ୍ଦ୍ର ଡାକୁଆ, ନଗର ସଂଯୋଜକ ଉମା ଶଙ୍କର ଆଚାରୀ, ନଗର ସମ୍ପର୍କ ପ୍ରମୁଖ ବସନ୍ତ ମହାରଣା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ଶର୍ମିଷ୍ଠା ନାୟକ, ଅର୍ଜୁନ ନାୟକ, ଏବିଭିପି ବିଭାଗ ସଙ୍ଗଠନ ସମ୍ପାଦକ ସତ୍ୟବ୍ରତ ମହାରଣାଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ଭାଜପାର ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ, ରାଜ୍ୟ ଉପସଭାପତି ଭବେନ୍ଦ୍ର କୁମାର ପଣ୍ଡା, ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ( ସଙ୍ଗଠନ) ମାନସ ମହାନ୍ତି, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ଜିଲ୍ଲା ସଭାପତି ଯୁଗକିଶୋର ପୋଡ଼,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନମିତାରାଣୀ ସାହୁ, ଆର୍ତ୍ତତ୍ରାଣ ମହାପାତ୍ର, ଜୁନାଗଡ଼ ବିଧାୟକ ପ୍ରାର୍ଥୀ ମନୋଜ କୁମାର ମେହେର, ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଭାପତି ରମେଶ ମାଝୀ, ପୂର୍ବତନ ବିଧାୟକ ଅନାମ ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ରଞ୍ଜନ ବେହେରା, ଲୋକନାଥ ଦୁର୍ଗା, ହିମାଂଶୁ ପଣ୍ଡା ,ଜିଲ୍ଲା ଉପସଭାନେତ୍ରୀ ସନ୍ତୋଷୀ ଦାସ, ଜିଲ୍ଲା ସମ୍ପାଦକ ବିଜୟଦେବ ସାହୁ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ, ଶରତ ନାଏକ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସୁଧୀର ମୁଣ୍ଡ, ମନୀନ୍ଦ୍ର ଭୂଷଣ ପାତ୍ର, ଜିଲ୍ଲା ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର, ଗଣେଶ ନନ୍ଦ, ପ୍ରଶାନ୍ତ ସାହୁ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ସ୍ବାମୀ ସୂର୍ଯ୍ୟନାରାୟଣ ପାତ୍ର, ପୁତ୍ର ଗୋଦାବରୀଶ ପାତ୍ର, ପୁତ୍ରବଧୂ ବନିତା ପାତ୍ରଙ୍କ ସମେତ ତିନି ଝିଅ , ଦୁଇ ଯୋଇଁ ଓ ନାତିନାତୁଣୀ ଉପସ୍ଥିତ ଥିଲେ l
