ଅଧା ରହିଲା ପେଟ ପାଇଁ ବିଲ ରେ ଧାନ ତଳି ରୋଇବା ଆଶା: ପୋଲରେ ବାଡେଇ ଚାଲିଗଲା ଶ୍ରମିକଙ୍କ ଜୀବନ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ଆଧା ରହିଲା ଧାନ ରୋଇବା ଆଶା। ମର୍ମନ୍ତୁଦ ଦୁର୍ଘଟଣା ରେ ଅଧା ବାଟରେ ଚାଲିଗଲା ଶ୍ରମିକଙ୍କ ଜୀବନ। ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲା ଉଦଳାରୁ କିଛି ବ୍ୟକ୍ତିଙ୍କୁ ଧାନ ଚାଷରେ ବିଲ ରୁଆ କାମ ପାଇଁ ଓଡି ୧୧ ଜେଡ୍ ୦୬୧୦ ନମ୍ବର ବିଶିଷ୍ଟ ପିକଅପ ଗାଡ଼ି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଭିମୁଖେ ଡାଲାରେ ନେଇ ଯାଉଥିଲା। ପିକଅପ ଗାଡ଼ିର ଡ୍ରାଇଭର ଜଣକ ଅତ୍ୟଧିକ ମଦ୍ୟ ପାନ କରି ଗାଡ଼ି ଚଳାଉଥିଲେ। ଏହି ସମୟରେ ସୋର ବିଦୁ ପୋଲ ତଳ ଛାତରେ ଜଣେ ଦିନ ମଜୁରିଆଙ୍କ ମୁଣ୍ଡ ବାଡେଇ ଯିବା ଫଳରେ ଘଟଣାସ୍ଥଳରେ ଉକ୍ତ ବ୍ୟକ୍ତିଙ୍କର ପ୍ରାଣ ବାୟୁ ଉଡ଼ି ଯାଇଥିଲା। ପରେ ସୋର ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଅନନ୍ତପୁର ଥାନାଧିକାରୀ ସରୋଜ କୁମାର ଦାସଙ୍କ ସୂଚନା ଅନୁସାରେ ଉକ୍ତ ବ୍ୟକ୍ତିଙ୍କ ପରିଚୟ ମିଳି ପାରି ନାହିଁ ପୋଲିସ ଅଧିକ ତଦନ୍ତ କରୁଛି। ତଦନ୍ତ ପରେ ସବୁ କିଛି ଜଣା ପଡ଼ିବ ବୋଲି କହିଥିଲେ।
