ମୋରଡା ବ୍ଲକ ରେ ବିଭିନ୍ନ ସ୍ଥାନରେ ମହାପ୍ରଭୁ ଜଗନ୍ନାଥ ଙ୍କ ରଥଯାତ୍ରା
ମୋରଡା,୧୭/୭ଇମିସ ମୟୁରଭଞ୍ଜ ଜିଲା ମୋରଡା ବ୍ଲକର ପ୍ରସିଦ୍ଧ ଚିତ୍ରଡାସ୍ଥିତ ଧର୍ମକ୍ଷେତ୍ରରେ ଗତକାଲି ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହେବା ପରେ ମାଉସୀମା ମନ୍ଦିରକୁ ଯିବା ଉଦେଶ୍ୟରେ ଆଜି ଗୁଣ୍ଡିଚାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଆଜି ଠାକୁରଙ୍କ ସମସ୍ତ ରୀତିନୀତି ପରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଏକାଠି ହୋଇଥିଲେ ହଜାର ହଜାର ଭକ୍ତ l ତେବେ ଆଜିର ପ୍ରଥମ ଦିନର ଗୁଣ୍ଡିଚା ଯାତ୍ରାରେ ତିନି ଭାଇ ଭଉଣୀଙ୍କ ରଥକୁ ଟାଣିଛନ୍ତି ଭାବ ବିହ୍ଵଳ ଭକ୍ତ ମାନେ l
ଅପରାହ୍ନରେ ରଥକୁ ଭକ୍ତମାନେ ଜୟ ଜଗନ୍ନାଥ ଧ୍ୱନି ଦେଇ ଢୋଲ, ମହୁରା, ଶଙ୍ଖ, ହୁଳହୁଳି ପକାଇ ଘଣ୍ଟ ବାଦ୍ୟର ତାଳେ ତାଳେ ଭକ୍ତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା ବସିଥିବା ରଥକୁ ମାଉସୀମା ମନ୍ଦିର ଆଡ଼କୁ ଟାଣି ନେଇଥିଲେ l ଏହି ଅବସରରେ ବଡ଼ଦାଣ୍ଡରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଭିତରେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟକାରରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ ।
ତେବେ ଏଠାକାର ପରମ୍ପରା ମୁତାବକ, ଆଜି ଅଧାବାଟ ବ୍ଲକ ଛକରେ ଅଟକିଛନ୍ତି ରଥ l ଗୋଟିଏ ରାତି ଅଧା ବାଟରେ ତିନି ଠାକୁର କାଟିବା ପରେ ପୁଣି ଆସନ୍ତାକାଲି ରଥା ଟଣା ହେବା ସହିତ ତିନି ଠାକୁର ମାଉସୀମା ମନ୍ଦିରରେ ପହଁଚିବେ l ସେହିପରି ମାଳିହତା, ପଟାକୁଣ୍ଡିଆ ଏବଂ ରାସଗୋବିନ୍ଦପୁର ବ୍ଲକର କାନପୁର ଓ଼ ମୂଷାମାରୀ ଠାରେ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ମୟୂରଭଞ୍ଜରୁ ମୋନାଲି ସାହୁଙ୍କ ସହ ଶୁଭାଶିଷ ଚୌଧୂରୀଙ୍କ ରିପର୍ଟ ଭଞ୍ଜଦୂତ ଖବର
