ନୂଆପୋଖରୀ ସ୍କୁଲରୁ ଚୋରୀ
ବନ/ଆଗରପଡ଼ା,(ନିପ୍ର) ଆଗରପଡ଼ା ଅନ୍ତର୍ଗତ ନୂଆପୋଖରୀ ପ୍ରାଥମିକ ବିଦ୍ୟାଳୟରୁ ଚୋରୀ ହୋଇଥିବାର ଥାନାରେ ଅଭିଯୋଗ ହୋଇଛି। ସ୍କୁଲର ମୁଖ୍ୟ ଗେଟ୍ ଠାରୁ ଆରମ୍ଭ କରି କମ୍ପ୍ୟୁଟର ରୁମ୍ ଏବଂ ଷ୍ଟୋର ରୁମ୍ ପର୍ଯ୍ୟନ୍ତ ସବୁଠି ତାଲା ଭାଙ୍ଗି ସର୍ବସ୍ୱ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ମିଳିଥିବା ସୂଚନା ମୁତାବକ, ଚୋରମାନେ ସ୍କୁଲ ପରିସରରେ ପଶି ପ୍ରଥମେ ମୁଖ୍ୟ ଗେଟ୍ର ଚାବି ଭାଙ୍ଗିଥିଲେ। ଏହାପରେ କମ୍ପ୍ୟୁଟର ରୁମ୍ ଏବଂ ମଧ୍ୟାହ୍ନ ଭୋଜନ ରାନ୍ଧିବା ପାଇଁ ଥିବା ଷ୍ଟୋର ରୁମ୍ର ଚାବି ଭାଙ୍ଗି ସମସ୍ତ ସାମଗ୍ରୀ ଲୁଟି ନେଇଛନ୍ତି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନ୍ତର୍ଯ୍ୟାମୀ ମଲ୍ଲିକଙ୍କ ସୂଚନା ଅନୁଯାୟୀ, ଚୋରି ହୋଇଥିବା ସାମଗ୍ରୀ ଗୁଡ଼ିକ ମଧ୍ୟରେ ୩ଟି କମ୍ପ୍ୟୁଟର ମନିଟର, ଏକ ପ୍ରିଣ୍ଟର, ମାଉସ, ଇନଭର୍ଟର, କାନ୍ଥ ଘଣ୍ଟା, ୯୦ କେଜି ଚାଉଳ, ଗ୍ରୋସରି ସାମଗ୍ରୀ, ପ୍ରେସର କୁକର, କତା ଓ ଗୋଟିଆ ଭଳି ଅନେକ ଆନୁଷଙ୍ଗିକ ଚୋରି ହୋଇଛି। ଏନେଇ ପ୍ରଧାନଶିକ୍ଷକ ଆଗରପଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
