*ବିରେନ୍ଦ୍ର କୁମାର ମହାବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ପାଳିତ, ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା*।
ବରଗଡ :୧୫/୦୭(ନି ପ୍ର )ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକw ଅନ୍ତର୍ଗତ କଠଉମାଲସ୍ଥିତ ବିରେନ୍ଦ୍ର କୁମାର ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍ ଓ ରେଡ୍ ରିବନ୍ କ୍ଲବର ମିଳିତ ଆନୁକୂଲ୍ୟରେ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି ମହାବିଦ୍ୟାଳୟର ଅଧ୍ୟକ୍ଷା ଭାବନା ସେଠଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସଭାପତି ପ୍ରଣୟ କୁମାର ସାହୁ, ସମ୍ପାଦକ ଦେବେନ୍ଦ୍ର ଯୋଷୀ, ଯୁକ୍ତ-୩ ରେଡକ୍ରସ୍ କାଉନସେଲର ରୀତା ପ୍ରଧାନଙ୍କ ସମେତ ଅଜିତ ପଟେଲ, ପରେଶ ପଟେଲ, ଅଲି ମହାପାତ୍ର, ଦସ୍ମିତା ମଲ୍ଲିକ ଓ ତୁଳସୀ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ପରିବେଶ ସନ୍ତୁଳନ ରକ୍ଷାରେ ବୃକ୍ଷର ଅପରିହାର୍ଯ୍ୟ ଭୂମିକା, ଜଳବାୟୁ ପରିବର୍ତ୍ତନ ମୁକାବିଲା ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ବୃକ୍ଷରୋପଣ ପ୍ରତି ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସେମାନେ ଛାତ୍ରଛାତ୍ରୀଙ୍କୁ “ପ୍ରତ୍ୟେକେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା” ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ, ଅଧ୍ୟାପକ-ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଥିଲେ।
ପରିଶେଷରେ ଅଧ୍ୟାପକ ପରେଶ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।
