*ପି.ଏମ୍. ଶ୍ରୀ. ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟ, ନବଘନପୁର, ନୟାଗଡ଼*
———————
*ଜବାହର ନବୋଦୟ ବିଦ୍ୟାଳୟ ଚୟନ ପରୀକ୍ଷା-୨୦୨୭*
ଷଷ୍ଠ ଶ୍ରେଣୀ ନିମନ୍ତେ ପ୍ରବେଶିକା ପରୀକ୍ଷା (ଶିକ୍ଷାବର୍ଷ- ୨୦୨୭-୨୮)
ଆବେଦନ ପତ୍ର ଦାଖଲ କରିବାର ଅନ୍ତିମ ତାରିଖ – ୩୧.୦୭. ୨୦୨୬
ପ୍ରବେଶିକା ପରୀକ୍ଷା ତାରିଖ- ୨୮ ନଭେମ୍ବର ୨୦୨୬
*ଆବେଦନ କରିବା ପ୍ରକ୍ରିୟା:*
ଇଛୁକ ପ୍ରାର୍ଥୀ ଅନଲାଇନ୍ ଜରିଆରେ ନିମ୍ନ ପଦତ୍ତ ପ୍ରବେଶିକା ପୋର୍ଟାଲ ମାଧ୍ଯମରେ ଆବେଦନ କରିପାରିବେ ।
www.navodaya.gov.in &
https://cbseitms.rcil.gov.in/nvs/
*ଆବେଦନ କରିବା ନିମନ୍ତେ ଯୋଗ୍ୟତା:*
———————
୧ – ବୟସ ସୀମା – ପ୍ରାର୍ଥୀ ୦୧ ମଇ ୨୦୧୫ ରୁ ୩୧ ଜୁଲାଇ ୨୦୧୭ ମଧ୍ୟରେ ଜନ୍ମ ଗ୍ରହଣ କରିଥିବେ ।
୨ – ଚଳିତ ଶିକ୍ଷାବର୍ଷ (୨୦୨୬-୨୭) ରେ ନୟାଗଡ଼ ଜିଲ୍ଲାର ସରକାରୀ କିମ୍ବା ସରକାରୀ ସ୍ବୀକୃତି ପ୍ରାପ୍ତ (Recognised) ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିବେ ।
୩ – ପ୍ରାର୍ଥୀ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ ସରକାରୀ କିମ୍ବା ସ୍ବୀକୃତି ପ୍ରାପ୍ତ ବିଦ୍ୟାଳୟରୁ ଅଧ୍ୟୟନ କରି ଉତ୍ତୀର୍ଣ୍ଣ ହୋଇଥିବେ ।
୪ – ଅନଲାଇନ୍ ଆବେଦନ ପତ୍ର ପୂରଣ କରିବା ପୂର୍ବରୁ ପ୍ରଦତ୍ତ ବିବରଣୀ ପୁସ୍ତିକା (Prospectus) ସମ୍ପୁର୍ଣ ରୂପେ ପଢ଼ିବା ଆବଶ୍ୟକ । ଆବେଦନ ସମୟରେ ପ୍ରାର୍ଥୀଙ୍କ ଫଟୋ ସହିତ ପିତା/ ମାତା/ ଅଭିଭାବକଙ୍କ ପୂର୍ଣ୍ଣ ସ୍ବାକ୍ଷର (Full Signature) ଥାଇ ଅପଲୋଡ଼ କରିବାକୁ ହେବ ତତ୍ ସହିତ ଆଧାରକାର୍ଡ ବିବରଣୀ/ ନୟାଗଡ଼ ଜିଲ୍ଲାର ବାସସ୍ଥାନ ପ୍ରମାଣପତ୍ର ଅପଲୋଡ଼ କରିବାକୁ ହେବ ।
ବି.ଦ୍ର: S.C., S.T. ଏବଂ OBC ବର୍ଗର ପ୍ରାର୍ଥୀମାନେ ଅନଲାଇନ୍ ଆବେଦନ ବେଳେ ନିଜର ଜାତିଗତ ପ୍ରମାଣପତ୍ର ଅପଲୋଡ଼ କରିବା ବାଧ୍ଯତମୂଳକ ଅଟେ ।
