*ଘଣ୍ଟିଗୁଡା ପଞ୍ଚାୟତରେ ବହୁମୁଖୀ ଉନ୍ନୟନ କାର୍ଯ୍ୟର ପରିଦର୍ଶନ ଓ ସମୀକ୍ଷା*
ନୂଆପଡା(ମିଖାଏଲ ନନ୍ଦ)
ତା -୧୩/୦୭
ଗତ ୯ ଜୁଲାଇ ୨୦୨୬, ଘଣ୍ଟିଗୁଡା ପଞ୍ଚାୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଡଲି ମାଝୀ ଏବଂ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ପୁଷ୍ପାଞ୍ଜଳି ଗୁଆଲଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆମ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି।
ପରିଦର୍ଶନର ମୁଖ୍ୟ ଆକର୍ଷଣ:
✅ ସରଧାପୁର: ମାର୍କେଟ ଗୃହ, ପାନୀୟ ଜଳ ପ୍ରକଳ୍ପ, ସୁଭଦ୍ରା ବିଲଡିଂ, ଗ୍ରାମୀଣ ବଜାର ପିଣ୍ଡା ଏବଂ ସର୍ବସାଧାରଣ ଶୌଚାଲୟ। ୨୦୨୫-୨୬ ବର୍ଷରେ ସମ୍ପନ୍ନ ଏହି କାର୍ଯ୍ୟଗୁଡ଼ିକର ମାନକୁ ନେଇ ଅତିଥିମାନେ ପ୍ରଶଂସା କରିଛନ୍ତି।
✅ ଘଣ୍ଟିଗୁଡା ହାଇସ୍କୁଲ: ୨୦ ଲକ୍ଷ ଟଙ୍କାରେ ନିର୍ମାଣଧୀନ ନୂତନ ବିଲଡିଂ ଓ ପାନୀୟ ଜଳ ପ୍ରକଳ୍ପ ବୁଲି ଦେଖିବା ସହ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ ରୋଷେଇ ଘର, ପାଇଖାନା, ସାଇକଲ ଷ୍ଟାଣ୍ଡ ଓ ଗାର୍ଡ ୱାଲ ନିର୍ମାଣ ନେଇ ଆଲୋଚନା କରାଯାଇଛି।
✅ ବାଗପଡା ପ୍ରାଥମିକ ବିଦ୍ୟାଳୟ: ନରେଗା ଯୋଜନାରେ ନିର୍ମିତ ନୂତନ ଶ୍ରେଣୀଗୃହ ଏବଂ ଚାଲୁଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା।
✅ ପଞ୍ଚାୟତ କାର୍ଯ୍ୟାଳୟ ନିକଟ: ବିଧାୟକ ଶ୍ରୀ ଅଧିରାଜ ପାଣିଗ୍ରାହୀଙ୍କ WODC ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବଜାର ଗୃହ ଏବଂ ପଞ୍ଚାୟତ ପାଣ୍ଠିରୁ ନିର୍ମିତ ପାନୀୟ ଜଳ ପ୍ରକଳ୍ପ।
ଏହି ଗସ୍ତ ସମୟରେ BDO ଶ୍ରୀମତୀ କର୍ମୀ ଓରାମ, AEE ଶ୍ରୀ ବେହେରା, JE ଚୌଧୁରୀ, ଆଇନଜୀବୀ ଯୋଗେନ୍ଦ୍ର ମାଝୀ, ସାମାଜିକ କର୍ମୀ ଯୁବରାଜ ଗୁଆଲଙ୍କ ସମେତ ପଞ୍ଚାୟତର ସମସ୍ତ କର୍ମଚାରୀ ଓ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ। ପଞ୍ଚାୟତର ବିକାଶମୂଳକ କାର୍ଯ୍ୟକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ସନ୍ତୋଷ ପ୍ରକାଶ କରିବା ଆମ ପାଇଁ ଗର୍ବର ବିଷୟ।ଆଗାମୀ ଦିନରେ ମଧ୍ୟ ଏହିଭଳି ନିରନ୍ତର ବିକାଶ ଧାରାକୁ ଆଗକୁ ନେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।
