ଗୁଣୁପୁର ସହକାରୀ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟର ପୂର୍ବତନ ଜୁନିୟର ଇଞ୍ଜିନିୟର ଅଶୋକ କୁମାର ପାଢ଼ୀ ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ଦୋଷୀ ସାବ୍ୟସ୍ତ
(ରମେଶ ଅଗ୍ରୱାଲ.:ନିପ୍ର)
ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ଓଡ଼ିଶା ଭିଜିଲାନ୍ସକୁ ଆଉ ଏକ ବଡ଼ ସଫଳତା ମିଳିଛି। ଗୁଣୁପୁର ସହକାରୀ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟର ପୂର୍ବତନ ଜୁନିୟର ଇଞ୍ଜିନିୟର (ଜେଇ) ଅଶୋକ କୁମାର ପାଢ଼ୀଙ୍କୁ ଆୟବହିର୍ଭୂତ ସମ୍ପତ୍ତି (ଡିଏ) ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି।
ଆଜି (୧୪ ଜୁଲାଇ ୨୦୨୬) ବ୍ରହ୍ମପୁରସ୍ଥିତ ମାନ୍ୟବର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଅଶୋକ କୁମାର ପାଢ଼ୀଙ୍କୁ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨) ସହ ପଠିତ ଧାରା ୧୩(୧)(ଇ) ଅନୁଯାୟୀ ଆୟବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଅଦାଲତ ତାଙ୍କୁ ୩ ବର୍ଷ ସରଳ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି।
ଦୋଷୀ ସାବ୍ୟସ୍ତ ହେବା ପରେ ଅବସରପ୍ରାପ୍ତ ଜେଇ ଅଶୋକ କୁମାର ପାଢ଼ୀଙ୍କ ପେନ୍ସନ ବନ୍ଦ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସମ୍ପୃକ୍ତ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।
