ରଥଯାତ୍ରା ପାଇଁ ସଜବାଜ ତାଳଚେର ସହର।
ବର୍ଷକ ପରେ ପୁଣି ଧରାପୃଷ୍ଠକୁ ଓହ୍ଲାଇ ଆସୁଛନ୍ତି ଜଗତର ନାଥ ଜଗନ୍ନାଥ। ସାରା ଓଡ଼ିଶା ଏବେ ରଥଯାତ୍ରା ପାଇଁ ଉତ୍ସବମୁଖର। ଆଉ ଏହି ଦୌଡ଼ରେ ଆମ କୋଇଲା ନଗରୀ ତାଳଚେର ମଧ୍ୟ କାହାଠାରୁ ପଛରେ ନାହିଁ।”
“ଚଳିତ ବର୍ଷ ତାଳଚେର ରଥଯାତ୍ରାକୁ ଅଧିକ ଆକର୍ଷଣୀୟ ଓ ଶୃଙ୍ଖଳିତ କରିବା ପାଇଁ ସଜେଇ ହୋଇଛି ସାରା ସହର। ରାସ୍ତାଘାଟର ସଫେଇ ଠାରୁ ଆରମ୍ଭ କରି, ଆଲୋକୀକରଣ ଏବଂ ପାନୀୟ ଜଳର ସୁବ୍ୟବସ୍ଥା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଏଭଳି ସୁନ୍ଦର ରୂପ ଦେଖି ପ୍ରତିଟି ତାଳଚେରବାସୀଙ୍କ ମନରେ ଏବେ ଅପୂର୍ବ ଉତ୍ସାହ।”
“ଏହି ସମସ୍ତ ସୁବ୍ୟବସ୍ଥା ଏବଂ ସହରକୁ ଏକ ନୂଆ ରୂପ ଦେବାରେ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି ଆମ ତାଳଚେରର ନଗରପାଳ ପବିତ୍ର ଭୁତିଆ (ପବି ଭାଇ )ଜନସାଧାରଣ ଓ ଶ୍ରଦ୍ଧାଳୁମାନଙ୍କ ସୁବିଧାକୁ ଆଖି ଆଗରେ ରଖି ଦିନରାତି ଏକ କରି କାର୍ଯ୍ୟ କରିଥିବାରୁ, ସମଗ୍ର ତାଳଚେରବାସୀଙ୍କ ତରଫରୁ ନଗରପାଳଙ୍କୁ ଅଶେଷ ଅଶେଷ ଧନ୍ୟବାଦ।”
