ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଶ୍ରାଦ୍ଧ ଦିବସ ପାଳିତ
କାମାକ୍ଷାନଗର –
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସମାଜ ପାଠକ ବିଚାର ମଞ୍ଚ ଆନୁକୂଲ୍ୟରେ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି l ସମାଜ ପାଠକ ବିଚାର ମଞ୍ଚ ର ଆବାହକ ଶୁଭମୟ ନନ୍ଦ ଙ୍କ ଆବାହକତ୍ୱରେ ପୂର୍ବାହ୍ନ ରେ ରାମିୟାଳ ନଦୀରେ ତିଳ ତର୍ପଣ କରାଯିବା ପରେ ଗୋପବନ୍ଧୁ ପାର୍କ ରେ ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତି, ପୂର୍ବତନ ନଗରପାଳ ଗୋବିନ୍ଦ ଚନ୍ଦ୍ର ସାହୁ,ସମାଜ ପାଠକ ବିଚାର ମଞ୍ଚ ର ମୁଖ୍ୟ ପରାମର୍ଶଦାତା ମେଜର ପ୍ରଭାତ କୁମାର ଦାଶ, ସଭାପତି ଜ୍ଞାନରଞ୍ଜନ ମିଶ୍ର ଙ୍କ ସମେତ ଉପଖଣ୍ଡ ସାମ୍ବାଦିକ ସଙ୍ଘର ସଦସ୍ୟମାନେ ଉପସ୍ଥିତ ଥିଲେ l
ରିପୋର୍ଟ ଧର୍ମାନନ୍ଦ ସେଠି
