ସାରସକଣା ବ୍ଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ୧୧୪୧୦ ଜଣ ହିତାଧିକାରୀ
___________________
ସାରସକଣା:(୧୩/୭/୨୬)(ନି.ପ୍ର):
ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ରାଜ୍ୟ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ପତ୍ର ସଂଖ୍ୟା ୧୯୦୧୦୧-ତା/୨୧/୮/୨୪ ଅନୁଯାୟୀ ସାରସକଣା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକରେ ଥିବା ସମସ୍ତ ୧୭ ଗୋଟି ପଞ୍ଚାୟତର ଜନସାଧାରଣଙ୍କ ମଧ୍ୟରେ ଆବାସ ଯୋଜନାରେ ଗୃହ ପାଇବା ପାଇଁ ସର୍ଭେ କରି ତାଲିକା ପ୍ରଦାନ କରିବା ପାଇଁ ଡ଼ିସେମ୍ବର ୨୦୨୪ ମସିହାରେ ସମସ୍ତ ପଞ୍ଚାୟତକୁ ଅବଗତ କରାଯାଇଥିଲା । ଉକ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପାଇବା ପାଇଁ ସର୍ବେ କାର୍ଯ୍ୟ କରାଯାଇ ବ୍ଲକ ପ୍ରସାଶନକୁ ଅବଗତ କରାଯାଇଥିଲା । ଅବଗତ କରାଯାଇଥିବା ୧୭ ପଞ୍ଚାୟତର ମୋଟ ୧୧୪୧୦ ଚୟନ ହିତାଧିକାରୀଙ୍କ ମଧ୍ୟରୁ ଅନେକ ତ୍ରୁଟି ରହିଥିବା ଜଣାପଡ଼ିଛି । ଏପରିକି ଆବାସ ଯୋଜନାରେ ଥିବା ଗାଇଡ୍ ଲାଇନ୍ କୋଠା ଘର ଥିବା ବ୍ୟକ୍ତି ଓ ଚାରିଚ଼କିଆ ଯାନ ଥିବା ସହିତ ସରକାରୀ ଚାକିରି କରୁଥିବା ପରିବାର ସଦସ୍ୟଙ୍କ ପରି ବହୁ ପ୍ରକାର ଗାଇଡ୍ ଲାଇନକୁ ବ୍ୟତିକ୍ରମ ବ୍ୟକ୍ତି ବିଶେଷଙ୍କ ତାଲିକା ଭୁକ୍ତ ଥିବା ଜଣା ପଡ଼ିଛି। ଏହାର ସଂଶୋଧନ ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ବର୍ତ୍ତମାନ ପ୍ରତି ପଞ୍ଚାୟତର ପ୍ରତି ଗ୍ରାମରେ କର୍ମଚାରୀଙ୍କ ଦ୍ବାରା ତଦନ୍ତ ସର୍ବେ କାର୍ଯ୍ୟ କରାଯାଉଛି । ଏହି ସର୍ବେରେ ଭୁଲ ବଶତଃ ଯଦି ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ କଟି ଯାଇଥାଏ , ତାହାହେଲେ ସେମାନେ ଆସନ୍ତ ୧୫ ଦିନ ମଧ୍ୟରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ବ୍ଲକ ପ୍ରଶାସନକୁ ଅଭିଯୋଗ କରିପାରିବାର ବ୍ୟବସ୍ଥା ରହିଛି । ଉକ୍ତ ସାରସକଣା ବ୍ଲକର ୧୭ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ବେ କରାଯାଇଥିବା ୧୧୪୧୦ ହିତାଧିକାରୀ ମଧ୍ୟରୁ ବାଗଗୁଡ଼ା ପଞ୍ଚାୟତରେ ୮୬୪ ଜଣ, ଭୁରୁଷାଣୀ ପଞ୍ଚାୟତରେ ୬୦୭ ଜଣ,ଧାଙ୍ଗୁଡ଼ିଶୋଳ ପଞ୍ଚାୟତରେ ୬୨୯ ଜଣ ,ଜାଲଦା ପଞ୍ଚାୟତରେ ୩୫୨ ଜଣ, ଝାରପୋଖରିଆ ପଞ୍ଚାୟତରେ ୮୩୩ ଜଣ, ଯୋକା ପଞ୍ଚାୟତରେ ୬୨୫ ଜଣ,ମୁରୁଣିଆ ପଞ୍ଚାୟତରେ ୭୮୨ ଜଣ,ପାକଟିଆ ପଞ୍ଚାୟତରେ ୬୧୧ ଜଣ, ପାଣ୍ଡରା ପଞ୍ଚାୟତରେ ୨୫୫ ଜଣ,ପୋଖରିଆ ପଞ୍ଚାୟତରେ ୫୭୫ ଜଣ, ପୋଖରଡ଼ିହା ପଞ୍ଚାୟତରେ ୪୫୧ ଜଣ, ରାଜାଲୋକା ପଞ୍ଚାୟତରେ ୬୪୬ ଜଣ,ଶଙ୍ଖାଭଙ୍ଗା ପଞ୍ଚାୟତରେ ୧୨୯୬ ଜଣ, ସାରସକଣା ପଞ୍ଚାୟତରେ ୭୮୬ ଜଣ, ଶିଲ୍ଫୋଡ଼ି ପଞ୍ଚାୟତରେ ୩୩୯ ଜଣ, ଶୀର୍ଷା ପଞ୍ଚାୟତରେ ୬୭୩ ଜଣ ଓ ଉମାଦେଇପୁର ପଞ୍ଚାୟତରେ ୧୦୮୬ ଜଣ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଗୃହ ପାଇବା ପାଇଁ ତାଲିକା ଭୁକ୍ତ ଥିବା ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ସାରସକଣାରୁ ଅନୀଲ କୁମାର ସାହୁଙ୍କ ରିପୋର୍ଟ ଭଞ୍ଜଦୁତ ଖବର।
