ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ବନ୍ତ /ଆଗରପଡ଼ା ,(ନିପ୍ର) ଆଗରପଡ଼ା ଅନ୍ତର୍ଗତ ପୁରୁଷଣ୍ଢ ସମବାୟ ସମିତି ପକ୍ଷରୁ ଚଳିତ ବର୍ଷ ଆଗରପଡା ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରୁ ମାଟ୍ରିକ ଏ ୱାନରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ ସମବାୟ ସମିତି ସଭାପତି ପ୍ରଶାନ୍ତ ଦାଶ ସଭାପତିତ୍ବ କରିଥିଲେ । ୫ଜଣ ଛାତ୍ର ଛାତ୍ରୀ ଅଭିଜିତ୍ ସାହୁ,ରାହୁଲ ଗୁପ୍ତା,ପ୍ରତିଭା ପଣ୍ଡା, ସସ୍କୃତି ଜେନା, ସୌମ୍ୟରଞ୍ଜନ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ଯ ମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ ଯେନା, ପୁରୁଷଣ୍ଢ ପଞ୍ଚାୟର ସରପଞ୍ଚ ପ୍ରକାଶ ବିଶ୍ୱାଳ, କାଦବରଙ୍ଗ ପଞ୍ଚାୟତ ସରପଞ୍ଚ ତପୋଇ ସେଠୀ, ସେବା ସମବାୟ ସମିତି ସମ୍ପାଦକ ରାଜେନ୍ଦ୍ର ବେଜ, ବିଜେପି ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ, କାଦବରଙ୍ଗ ପଞ୍ଚାୟତ ପ୍ରାକ୍ତନ୍ ସରପଞ୍ଚ ଭାଗିରଥି ସେଠୀ ସମବାୟ ସମିତିର ସଦସ୍ୟ ଏବଂ ଚାଷୀ କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ।
