ବସ୍ତା ବ୍ଲକରେ ଚାଞ୍ଚଲ୍ୟ! ଜିଲ୍ଲା ପରିଷଦ ସଦସ୍ୟାଙ୍କ ସ୍ୱାମୀଙ୍କୁ ସଂଘବଦ୍ଧ ଆକ୍ରମଣ
ବସ୍ତା:- ୧୨/୦୭ (ନି.ପ୍ର)
ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବସ୍ତା ବ୍ଲକର ୧୪ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟାଙ୍କ ସ୍ୱାମୀ ସଞ୍ଜୟ କୁମାର ବୁଗୁଡ଼ିଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଆକ୍ରମଣକାରୀମାନେ ସଞ୍ଜୟ କୁମାର ବୁଗୁଡ଼ିଙ୍କୁ ଦଉଡ଼ିରେ ବାନ୍ଧି ଘୋଷାରି ଘୋଷାରି ନିର୍ମମ ଭାବେ ମାଡ଼ ମାରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଓ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ଜିଲ୍ଲା ପରିଷଦ ସଦସ୍ୟା ବସ୍ତା ଥାନାରେ ଏତଲା ଦାଖଲ କରିଛନ୍ତି। ପୁଲିସ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଘଟଣାର ପ୍ରକୃତ କାରଣ ଓ ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ପୁଲିସ ପକ୍ଷରୁ ଅଧିକ ସୂଚନା ମିଳିନାହିଁ।
ବାଲେଶ୍ଵର ଜିଲ୍ଲା ବସ୍ତା ରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର।
