**ଖଡ଼ିଆଳ ଦରବାର ହଲ୍ରେ ମୋଦି ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ବୁଦ୍ଧିଜୀବୀ ଓ ଅବସରପ୍ରାପ୍ତ କର୍ମଚାରୀ ସମ୍ମିଳନୀ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ତା:୧୨.୦୭.
ନୂଆପଡ଼ା ଜିଲ୍ଲା ଖଡିଆଳ ଦରବାର ହଳ ଠାରେ ମୋଦି ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ଏକ ବୁଦ୍ଧିଜୀବୀ ଓ ଅବସର ପ୍ରାପ୍ତ କର୍ମଚାରୀଙ୍କ ସହ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗ ଦେଇ କେନ୍ଦ୍ର ରେ ମୋଦୀ ସରକାରଙ୍କ ଲମ୍ବା ସମୟ ଏକ ରେକର୍ଡ ସୃଷ୍ଟି କରିଥିବା ବେଳେ ସରକାରଙ୍କ ଉପଲବ୍ଧି, ଐତିହାସିକ ନିଷ୍ପତ୍ତି, ଓ ଯୁଗାନ୍ତକାରୀ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ବିକଶିତ ଭାରତର ପରିକଳ୍ପନା ୨୦୪୭ ଆସିବାକୁ ଥିବା ବେଳେ ଦେଶର ପ୍ରତ୍ୟେକ ନାଗରିକଙ୍କ ଭୂମିକା ଏବଂ ସହଯୋଗ ସହଭାଗିତା ସୃଷ୍ଟି କରିବାକୁ ଆହ୍ୱାନ କରିଛନ୍ତି। ଏହି ସମ୍ମିଳନୀ ରେ ଅବସର ପ୍ରାପ୍ତ କର୍ମଚାରୀ ମାନେ ଯୋଗ ଦେଇ ଅଞ୍ଚଳ ପାଇଁ ଆବଶ୍ୟକ ଥିବା ବିଭିନ୍ନ ଯୋଜନା ଏବଂ ଯୋଜନା ଉପରେ ଆଲୋକପାତ କରିଥିଲେ। ବିଶେଷ କରି ଖଡ଼ିଆଳ କୁ ରେଳପଥ ନିର୍ମାଣ, ତିଖଳୀ ନିମ୍ନ ଇନ୍ଦ୍ର ରେ ମେଗା ପାଇପ୍ ଲାଇନ୍ ଜଳ ସେଚନ ପ୍ରକଳ୍ପ, ଉଦନ୍ତି ବ୍ୟାରେଜ ନିର୍ମାଣ, ଖଡିଆଳ ମହିଳା ଡିଗ୍ରୀ ମହିଳା କଲେଜ କରକାରୀ ଜମି ପ୍ରଦାନ ଓ ଅସ୍ଥାୟୀ ସ୍ୱୀକୃତି ପ୍ରଦାନ ଦିଗରେ ଆଲୋଚନା ହୋଇଅଛି।ବହି ବୁଦ୍ଧିଜୀବୀ ନାଗରିକ ଏବଂ ମହିଳା ମାନେ ଯୋଗ ଦେଇଥିଲେ।
