ପୋଲିସ ବାବୁ ଙ୍କ ଘରେ..ପୋଲିସ କନେଷ୍ଟବଳ ସାଜିଲେ ଦିନ ମଜୁରିଆ ଶ୍ରମିକ.
ଇନିସ୍ପେକ୍ଟର ଙ୍କୁ ନମସ୍କାର, କନେଷ୍ଟବଳ ଙ୍କୁ ତିରସ୍କାର.
,
ଏଠି ତଳ କର୍ମଚାରୀ ଙ୍କୁ ପଚାରେ କିଏ.
ମୟୁରଭଞ୍ଜ ଜିଲ୍ଲା ସଦର ମୋହକୁମା ବାରିପଦା ଠାରେ ଥିବା ପୋଲିସ ରିଜର୍ଭ କାର୍ଯାଳୟ ର ଭାର ପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଆଲୋକ କୁମାର କାନୁନଗୋଙ୍କ ସରକାରୀ ବାସଭନରେ.
ରିଜର୍ଭ ପୋଲିସ ର କର୍ମଚାରି ମାନେ ନିଜ ନିଜର କାଯ୍ୟ ଛାଡି ଆର ଆଇ ବାବୁ ଶ୍ରୀଯୁକ୍ତ କାନୁନଗୋ ଙ୍କ ଘରେ ଗୋଲାମ ଗିରି କରିବାରେ ବ୍ୟସ୍ତ.
ମିଳିଥିବା ସୂଚନା ଅନୁଯାୟୀ ଆର ଆଇ ବାବୁଙ୍କ ସରକାରୀ ବାସ ଭବନ ରେ ଗୋଡି ବା ମୁରୁମ ପକାଇବା, ଏବଂ ବଗିଚାରେ ଘାସ ସଫା କରିବା,ଫୁଲ ଗଛ ଲଗାଇବା ଭଳି, କାଯ୍ୟ କରୁଥିବାର ଦେଖିବାକୁ ମିଳିଛି, ଯେମିତି କି ସେମାନେ କୌଣସି ପୋଲିସ କର୍ମ ଚାରି ନୁହଁନ୍ତି ଦିନ ମୋଜୁରିଆ ବା ମୁଲିଆ ଶ୍ରେଣୀ ର ଲୋକ ଅଟନ୍ତି,
ଏହିସବୁ କାର୍ଯ୍ୟ ଦେଖି ଆମ ପ୍ରତିନିଧି ଜେତେବେଳେ ପଚାରିଲେ ଯେ ତୁମେ ମାନେ କିଏ ଓ ଏଠାରେ କଣ କରୁଛ କଣ କିଛି ସୋରକାରୀ କାମ ଚାଲୁଅଛି କି,ଯଦି ସୋରକାରୀ କାମ ତାହାଲେ କାମର ସୂଚନା ଫଳକ କାହିଁ,
ଏହା କିପ୍ରକାର କାମ ଏହାର କଣ୍ଟ୍ରାକ୍ଟର କିଏ ଏହିସବୁ ପ୍ରଶ୍ନ ପଚାରିବାରୁ ସେମାନେ କହିଲେ ନାଇଁ ଆଜ୍ଞା ଏଠି କୈଣସି ସୋରକରୀ କାମ ହେଉନାହିଁ,
ଆର ଆଇ ସାରଙ୍କ ବାସଭବନ ସୋଫେଇ କାର୍ଯ୍ୟ ଚାଲିଛି ଆଉ ଆମ୍ଭେମାନେ ଦିନ ମଜୁରୀଆ ନୁହେଁ ଆମେ ସମସ୍ତେ ଜଣେ ଜଣେ ପୋଲିସ କର୍ମଚାରୀ,
ଏ ପଟେ ଥାନା ଫାଣ୍ଡି ମାନଙ୍କରେ ପୋଲିସ ଷ୍ଟାପ ଅଭାବରୁ ଜନସାଧାରଣ ଠିକ ସେ ସୁବିଧା ସୁଯୋଗ ପାଇପାରୁ ନାହାନ୍ତି, କିନ୍ତୁ ଏଠି ବଡ଼ ଅଫିସର ଙ୍କ ଘରେ ଯାଇ କନେଷ୍ଟ୍ରବଳ ଓ ହୋମଗାର୍ଡ ମୁଲିଆ କାମ କରିବେ, ଇଏ ହେଉଛି ଆମୋର ଜନସାଧାରଣ ଙ୍କ ପାଇଁ ସୁ ବ୍ୟବସ୍ତା,
୨୦୧୦ ମସିହାରେ ନକ୍ସଲ ପ୍ରବଣ ଇଲାକାରେ କମ ପାଠ ପଢିଥିବା ଆଦିବାସୀ ହରିଜନ ଯୁବକ ମାନଙ୍କୁ ମୁଖ୍ୟ ଶ୍ରତରେ ସାମିଲ କରିବାକୁ ପୋଲିସ ବିଭାଗରେ ଚାକିରୀ ଦିଆଯାଇଥିଲା, ଯାହା ଫଳରେକି ନୂତନ ନକ୍ସଲାଇଡ ସୃଷ୍ଟି ହେବନାହିଁ, ଏବଂ ସେମାନଙ୍କୁ ନକ୍ସଲ ମୁକାବିଲା ପାଇଁ ଏସ ଓ ଜି ଟ୍ରେନିଙ୍ଗ ମଧ୍ୟ୍ୟ ଦିଆଯାଇଥିଲା, ପରବର୍ତ୍ତୀ ସମୟରେ ସରକାର ସେମାନଙ୍କୁ ଓ ପି ଏଫ ଭାବେ ସନମାନିତ କରି ସେମାନଙ୍କୁ ରେଗୁଲାର କରିବା ସହିତ, ପ୍ରତି ଥାନା ଓ ଫାଣ୍ଡିରେ ନିୟୋଜିତ କରିବାକୁ କଡାକଡି ନିୟମ କରିଥିଲେ,
କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହା ଯେ ଥାନା ବଦଳରେ ସେମାନଙ୍କୁ
ବାବୁ ମାନଙ୍କର ଗୋଲାମଗିରି କରିବା ପାଇଁ ପଡୁଛି,ଏ ନେଇ ଆର ଆଇ ଆଲୋକ କୁମାର କାନୁନଗୋ ଙ୍କୁ ପଚାରିବାରୁ, ସେ କହିଛନ୍ତି ମୁନ୍ସିପାଲଟି କି ପୂର୍ତ୍ତ ବିଭାଗ ପକ୍ଷରୁ ସରକାରୀ ବାସଭବନର ରକ୍ଷଣବ୍ୟକ୍ଷଣ କରାଯାଉନାହିଁ, ସେଇଥିପାଇଁ କନେଷ୍ଟେବଳ ଓ ହୋମଗାର୍ଡ ଙ୍କୁ ଡକାଇ କାମ କରାଯାଉଅଛି, ଏହା ଏକ ନିୟମିତ ପ୍ରକ୍ରିୟା ବୋଲି ସେ ସୂଚନା ଦେଇଛନ୍ତି,
ଲୋକଙ୍କ ସେବାରେ ନିୟୋଜିତ ପୋଲିସ ବାବୁ ମାନଙ୍କୁ ନିଜ ବ୍ୟକ୍ତିଗତ କାର୍ଯ୍ୟରେ ନିୟୋଜିତ କରିବା ନିୟମ ବିରୁଦ୍ଧ ବୋଲି, ଅବସରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ବ୍ରହ୍ମା ନନ୍ଦ ଦଣ୍ଡପାଟ କହିଛନ୍ତି.
ମାତ୍ର କନେଷ୍ଟେବଳ ଓ ହୋମଗାର୍ଡ ମାନଙ୍କୁ ନିଜ ନିଜ ସ୍ୱାର୍ଥ ପାଇଁ ମୁଲିଆ ଭଳି ଖଟାଇବା କେଉଁ ବ୍ୟବସ୍ଥା ରେ ରହିଛି ବୋଲି ଜନସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି..
ମୟୁରଭଞ୍ଜ ରୁ ସୁଭାଶିଷ ଚୌଧୁରୀ ଙ୍କ ସହ ମୋନାଲି ସାହୁ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
