ସମାଜ ସେବୀ ସନ୍ତୋଷ ଓଝା ଙ୍କ ନିଶା ନିବାରଣ ବିରୁଦ୍ଧରେ ନିରବ ପ୍ରାର୍ଥନା।
ରିପୋର୍ଟ – ନିରୋଜ କୁମାର ସେଠୀ
ଯାଜପୁର ଜିଲ୍ଲା ଧର୍ମ ଶାଳା ବ୍ଲକ ଜାରକା ଅଂଚଳର ଉଦିୟ ମାନ ଯୁବକ ସମାଜସେବୀ କର୍ମୀ ସନ୍ତୋଷ ଓଝା ଅଭିନବ ଉପାୟରେ ନିଶା ନିବାରଣ ବିରୁଦ୍ଧରେ ହାତରେ ଫ୍କାକ କାର୍ଡ ଧରି ନିରବ ପ୍ରାର୍ଥନାରେ ବସିଛନ୍ତି।ଜାରକା ଅଞ୍ଚଳରେ ଦିନକୁ ଦିନ ଚୋରି,ଡକାୟତ ,ବେକରୁ ସୁନା ଚେନ ଲୁଟ, ରାଜ ହାନି ବଢ଼ିଚାଲିଛି। ଯୁବପିଢି କିପରି ନିଶା ନିବାରଣ ରୁ ଦୂରେଇ ରହିବେ ସେଥି ପାଇଁ ଜାରକା ବଜାର ବ୍ରିଜ ତଳେ ମୁହଁରେ କପଡ଼ା ବାନ୍ଧି,ହାତରେ ଫ୍କାକ କାର୍ଡ ଧରି ସଚେତନତା ବାର୍ତ୍ତା ଚାଲିଛନ୍ତି।ଯାହାକି ତାଙ୍କର କାର୍ଯ୍ୟ କଳାପ ଅତୁଳନୀୟ। ତେଣୁ ଏହି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସନୀୟ।
