ଯାଜପୁର (ସରୋଜ କୁମାର ଧଳ) : ବ୍ୟାସନଗର ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହୀଦ ଭଗତ ସିଂ ଯୁବକ ସଂଘ ଆଜି ଜଣେ ଅସହାୟ ମହିଳାଙ୍କ ଶବ ଦାହ କରିଥିଲେ। ଯାହାର ନାମ ସୁକାନ୍ତି ସିଂ, (୪୫) ବର୍ଷ,ସ୍ୱାମୀ କମଲ ସିଂ, ଝାଡ଼ଖଣ୍ଡ ନିବାସୀ ସ୍ଥାନୀୟ ବ୍ୟାସନଗରର ଦଳା ଠାରେ ରହି ଲେବର କାମ କରି ଚଳୁଥିଲେ କିଛି ଦିନ ହେବ ଦେହ ଖରାପ ଥିବାବେଳେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା ତାଙ୍କର ଯାଜପୁର ରୋଡ ଥାନାର ଏସ ଆଇ ସୁଲଗ୍ନା ପଟନାୟକ ସହୀଦ ଭଗତ ସିଂ ଯୁବକ ସଂଘର ସଭାପତି ରାଜେନ୍ଦ୍ର ବିଶ୍ୱାଳଙ୍କୁ ଖବର ଦେଇଥିଲେ ସଂଗେସଂଗେ ରାଜେନ୍ଦ୍ର ବିଶ୍ଵାଳ ସଂଘର ସମ୍ପାଦକ ହେମନ୍ତ କୁମାର ଧୀର, ଆଶିଷ ମଲ୍ଲିକ, ମାଣିକ ଗାଗରାଇ, ତପନ ସିଂ, ସାହିଲ ବୋଇତାଇ, ରମେଶ ବିଶ୍ଵାଳ ପହଞ୍ଚି ସ୍ଥାନୀୟ ବ୍ୟାସସରୋବର ଠାରେ ଥିବା ସ୍ମଶାନ ଠାରେ ତାର ରୀତିନୀତି ଅନୁସାରେ ଶେଷକୃତ ସମାପନ କରିଥିଲେ।
