କେନ୍ଦୁଆ ପଞ୍ଚାୟତ ଗୃହ ୧୦ ବର୍ଷ ଧରି ନିର୍ମାଣ ନ ହେବା ପ୍ରତିବାଦରେ , କେନ୍ଦୁଆ ପଞ୍ଚାୟତର ଶତାଧିକ ମହିଳା ପୁରୁଷ ଙ୍କ ପଦଯାତ୍ରା
ବେତନଟି (ନି ପ୍ର)-୭/୭- ବୈଶିଙ୍ଗା ପଞ୍ଚାୟତ ଭାଗ ହୋଇ ୨୦୧୬ ମସିହା ରେ କେନ୍ଦୁଆ ପଞ୍ଚାୟତ ସୃଷ୍ଟି ହୋଇଥିଲା । ବୈଶିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ଟି ନୂତନ ଭାବେ ନିର୍ମିତ ରାଜୀବ ଗାନ୍ଧି ସେବା ଗୃହରେ କାର୍ଯ୍ୟକାରୀ ହେବା ପରେ ପୁରୁଣା ଗୃହରେ କେନ୍ଦୁଆ କାର୍ଯ୍ୟାଳୟ ଚାଲୁ ରହିଥିଲା ,ଏବେ ବି ଚାଲୁ ରହିଛି । ବେତନଟୀ ବ୍ଳକ ଅଧିନରେ ଆଉ ଗୋଟିଏ ସନ୍ତରା ପଞ୍ଚାୟତ ଭାଙ୍ଗି ହାତୀଝୁରୀ ପଞ୍ଚାୟତ ସୃଷ୍ଟି ହୋଇଥିଲା । ଏହି ଦୁଇଟି ନୂତନ ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ସରକାରଙ୍କ ତହବିଲରୁ ୩୫ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁରୀ ମିଳିବା ପରେ ହାତୀଝୁରୀ ପଞ୍ଚାୟତ ଗୃହ ନିର୍ମାଣ ହେଲା ସତ ମାତ୍ର କେନ୍ଦୁଆ ପଞ୍ଚାୟତ ଗୃହ ନିର୍ମାଣ ହୋଇ ପାରିଲା ନାହିଁ । ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଗୃହ ପାଇଁ ସ୍ଥାନ ନିରୁପଣ ହୋଇଥିଲେ ମଧ୍ୟ କୌଣସି କାରଣ ବସତ ନିର୍ମିତ ହୋଇ ପାରିଲା ନାହିଁ । ପରବର୍ତ୍ତୀ ସମୟରେ ବଡ଼ସାହି କ୍ଷେତ୍ରରେ ବିଧାୟକ ଭାବେ ସନାତନ ବିଜୁଳି ୨୦୨୪ ରେ ଦ୍ୱିତୀୟ୍ ବାର ନିର୍ବାଚିତ ହେବା ପରେ ତା ୨୨.୧୧.୨୦୨୪ ରିଖରେ ବୈଶିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ଏହି ଗୃହ ନିର୍ମାଣ ପାଇଁ ବିଧାୟକ ସନାତନ ବିଜୁଳି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ତାଙ୍କ ସହିତ ତତ୍କାଳୀନ ବିଡିଓ ସୁଶାନ୍ତ ସୁତାର (ବର୍ତ୍ତମାନ ନିଲମ୍ବିତ ) ଉପସ୍ଥିତ ଥିଲେ । ସମସ୍ତେ ଆଶା କରିଥିଲେ ଖୁବ ଶୀଘ୍ର ଗୃହ ନିର୍ମାଣ ହୋଇ ପାରିବ । ମାତ୍ର ଆଜି ପର୍ଯ୍ୟନ୍ତ ଏହାର ସମାଧାନ ହୋଇ ନ ପାରିବାରୁ ଆଜି ମଙ୍ଗଳବାର ସକାଳ ୯ ଘଟିକା ସମୟରେ ଶତାଧିକ ମହିଳା, ପୁରୁଷ, ଶିଶୁ ଏକତ୍ରୀତ ହୋଇ ବୈଶିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏକ ପଦଯାତ୍ରାରେ ୭ କିମି ବାଟ ଚାଲିଚାଲି କଳମା ସ୍ଥିତ ବିଧାୟକଙ୍କ ବାସଭବନ ଆଗରେ ପହଞ୍ଚିଥିଲେ ,ବିଧାୟକ ଜାଣି ଶୁଣି ଦେଖା ନ ଦେବାରୁ ବିଧାୟକ ହାଏ ହାଏ , ସନାତନ ବିଜୁଳି ଛି ଛି , ବିଧାୟକ ତମେ ଲୁଚିଗଲ ଆଦି ନାରା ଦେଇ ଫେରିଆସିଲେ । ବିଧାୟକ ଙ୍କ ଏଭଳି କାର୍ଯ୍ୟ ପାଇଁ ସାଧାରଣରେ ନିନ୍ଦା ପ୍ରକାଶ କରିଛନ୍ତି ।
