*ଚକରା ବିଷୋଇ କଲଚୁରାଲ ଓ ନୃତ୍ୟାୟନ ସଂଗୀତ ଏକାଡେମୀ ପକ୍ଷରୁ କଣ୍ଠ ଶିଳ୍ପୀ ସୁର ଭାଇଙ୍କ ଶୋକସଭା ପାଳିତ*
ଭଞ୍ଜନଗର-୦୭/୦୭(ପ୍ରଫୁଲ୍ଲ କୁମାର ମହାରଣା)
ବାଉଁଶଲୁଣ୍ଡି ସ୍ଥିତ ନୃତ୍ୟାୟନ ସଙ୍ଗୀତ ଅନୁଷ୍ଠାନ ପକ୍ଷରୁ ଘୁମୁସରର ସୁନାମଧନ୍ୟ କଳାକାର ସ୍ୱର୍ଗତ ସୁରେନ୍ଦ୍ର ନାଥ ସାହୁ (ସୁରଭାଇ)ଙ୍କ ଉଦ୍ଦେଶ୍ୟରେ ଶୋକସଭା ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି। ନୃତ୍ୟାୟନ ର ପ୍ରତିଷ୍ଠାତା ରବି ନାରାୟଣ ଦାଶ ଅଧ୍ୟକ୍ଷତା କରିଥିଲେ। ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ, ନୀରବ ପ୍ରାର୍ଥନା କରାଯାଇଥିଲା। ଅଶୋକ ସ୍ୱାଇଁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ବୀର ଲକ୍ଷ୍ମଣ ସାହୁ ତବଲା ରେ ସହଯୋଗ କରିଥିଲେ। ଏହି ଅବସରରେ ସୁର ଭାଇଙ୍କ କଳା ଜୀବନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସୁର ଭାଇଙ୍କ ସହିତ କେଉଁଭଳି ନିବିଡ଼ତା ରହିଥିଲା ସେହି ସମ୍ପର୍କରେ ସମସ୍ତ କଳାକାର ପୁରୁଣା ସ୍ମୃତିକୁ ମନେ ପକାଇଥିଲେ। ଶୋକସଭାରେ ଶିକ୍ଷକ ଜଗବନ୍ଧୁ ଜେନା, ସନ୍ତୋଷ ଜେନା, ଅଜିତ୍ ପଣ୍ଡା, ନେତାଜୀ ବିଷୋୟୀ, ପଦ୍ମନାଭ ପ୍ରଧାନ, ପଦ୍ମ ପ୍ରଧାନ, ଉମାଶଙ୍କର ସ୍ୱାଇଁ, ପୀତାମ୍ବର ପରିଡ଼ାଙ୍କ ସମେତ କଳାକାର ନାଗେଶ୍ୱର ପାତ୍ର, ଅଶୋକ ମହାପାତ୍ର, ସାମ୍ବାଦିକ ପୁରୁଷୋତ୍ତମ ମହାପାତ୍ର, ପ୍ରଫୁଲ୍ଲ କୁମାର ମହାରଣା, ଦଣ୍ଡପାଣି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ନୃତ୍ୟାୟନ ର ପ୍ରତିଷ୍ଠାତା ରବି ନାରାୟଣ ଦାଶ ଧନ୍ୟବାଦ ଦେଇଥିଲେ।
