**ନୂଆପଡ଼ା ଜିଲ୍ଲା ଖଡିଆଳ ୱାର୍ଡ ନମ୍ୱର୍ ୭ ଠାରେ ସ୍ୱତନ୍ତ୍ର ସଘନ କାର୍ଯ୍ୟକ୍ରମ ନେଇ ଚୂଡାନ୍ତ ଭୋଟ ତାଲିକା ଘୋଷଣା, ୱାର୍ଡ ମଧ୍ୟରେ ଭୋଟର ଙ୍କ ଗହଣରେ ଭୋଟ ତାଲିକା ପ୍ରକାଶିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୬.୦୭.
ନୂଆପଡ଼ା ଜିଲ୍ଲା ଖଡିଆଳ ୱାର୍ଡ ନମ୍ୱର୍ ୭ ଠାରେ ସ୍ୱତନ୍ତ୍ର ସଘନ କାର୍ଯ୍ୟକ୍ରମ ନେଇ ଚୂଡାନ୍ତ ଭୋଟ ତାଲିକା ଘୋଷଣା, ୱାର୍ଡ ମଧ୍ୟରେ ଭୋଟର ଙ୍କ ଗହଣରେ ଭୋଟ ତାଲିକା ପ୍ରକାଶିତ ହୋଇଅଛି। ଭୋଟର ତାଲିକା ରେ ସମୁଦାୟ ଭୋଟର ଙ୍କ ନାମ ଘୋଷଣା ହୋଇଥିବା ବେଳେ ଆବଶ୍ୟକ ସଂଶୋଧନ ଦାବୀ ଓ ଆପତ୍ତି ଦାଖଲ କରିବା ସମୟ ପାଇଁ ଆସନ୍ତା ୫ ଜୁଲାଇ ଠାରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ରହିଅଛି। ୫ ଜୁଲାଇ ଠାରୁ ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ନୋଟିସ ଦେଇ ଦାବୀ ଓ ଆପତ୍ତି ଦାଖଲ କରିବେ ସମୟ ସୀମା ଧାର୍ଯ୍ୟ ହୋଇଅଛି। ଆସନ୍ତା ୬ ସେପ୍ଟେମ୍ବରରେ ଅନ୍ତିମ ଭୋଟର ତାଲିକା ଘୋଷଣା ହେବା ଲକ୍ଷ ରହିଅଛି। ଖଡ଼ିଆଳ ୱାର୍ଡ ନମ୍ୱର୍ ୭ ରେ ସମୁଦାୟ ଭୋଟର ସଂଖ୍ୟା ୧୧୮୬ ଭୋଟର ରହିଛନ୍ତି। ସେଥିମଧ୍ୟରୁ ଆଜି ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ୱର୍ ୭ ଠାରେ ଭୋଟର ତାଲିକା ପ୍ରକାଶିତ ବେଳେ ଉପାଧ୍ୟକ୍ଷା ଶକୁନ୍ତଳା ରାଉତ, ବରିଷ୍ଠ ସାମ୍ବାଦିକ ତପନ ରଞ୍ଜନ ଦାଶ, ଭୋଟର ନିଲାକର ନିଆଁଳ, ମନୀଶ କୁମାର ତିୱାରୀ, ପରମେଶ୍ୱର ଭୋଇ ପ୍ରମୁଖ ଯୋଗ ଦେଇଥିବା ବେଳେ ବିଏଲଓ ବିଶ୍ୱାମିତ୍ର ବନଛୋର, ବିଏଲଓ ଧୀରେନ୍ଦ୍ର ରଥ ପ୍ରମୁଖ ଯୋଗ ଦେଇଥିଲେ।
