କୁନ୍ଦ୍ରାରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ
କୁନ୍ଦ୍ରା, ତାରିଖ ୦୬.୦୭.୨୦୨୬: ସ୍ଥାନୀୟ କୁନ୍ଦ୍ରା ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି।
ଏହି ଶିବିରରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ପ୍ରତ୍ୟକ୍ଷ ଶୁଣାଣି କରିଥିଲେ। ସେମାନେ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।
ଶିବିରରେ ମୋଟ ୫୬ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ସେଥିମଧ୍ୟରୁ ୩୧ଟି ବ୍ୟକ୍ତିଗତ ଓ ୨୫ଟି ସାମୂହିକ ଅଭିଯୋଗ ଥିଲା। ଏଥିମଧ୍ୟରୁ ୮ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଜୟପୁର ଉପଜିଲ୍ଲାପାଳ ଯଦୁମଣି ନାୟକ, ଜିଲ୍ଲା ବନ ଅଧିକାରୀ, କୁନ୍ଦ୍ରା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୁନ୍ଦ୍ରା ତହସିଲଦାର ଏବଂ ଜିଲ୍ଲାସ୍ତରୀୟ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
