ଚିକିଟୀ ପି ଏମ ଶ୍ରୀ ନୋଡାଲ ହାଇସ୍କୁଲରେ ବନ ମହୋତ୍ସବ।
ଚିକିଟି ପେଣ୍ଠ ପି ଏମ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୭୭ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଚିକିଟୀ ବିଜ୍ଞାପିତ ଅଞ୍ଚଳ ଅଧ୍ୟକ୍ଷା ଦୀପା କୁମାରୀ ସାହୁ ଯୋଗ ଦେଇଥିଲେ। ବୃକ୍ଷ ହେଉଛି ଜୀବ ଜଗତର ପ୍ରାଣ ଦାତା ଅଟେ। ବୃକ୍ଷକୁ ବଞ୍ଚାଇଲେ ପ୍ରାଣୀ ଜଗତ ବଞ୍ଚିବ। ଏହା ଅଧ୍ୟକ୍ଷା ମହୋଦୟା ବୃକ୍ଷରୋପଣ ସହ ତାଙ୍କ ବକ୍ତବ୍ୟରେ କହିଥିଲେ। ସବୁଜ ବନାନୀ ସୃଷ୍ଟି ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଜୀବଜଗତରୁ ଧ୍ୱଂସ ପାଉଥିବା ଜଙ୍ଗଲ ସମ୍ପଦର ଉଦ୍ଧାର ପାଇଁ ସମସ୍ତଙ୍କୁ ପ୍ରତିଜ୍ଞାବଧ ନିଶ୍ଚିତ ହେବାଜୁ ପଡିବ ବୋଲି ଆହ୍ୱାନ ଦେଇଥିଲେ।ଖାଦ୍ୟ,ଔଷଧ,ଜରୁରୀ ଆବଶ୍ୟକ ଜିନିଷ ତଥା ଅମ୍ଳଜାନ ଭଳି ଅତି ଜରୁରୀ ପଦାର୍ଥ ବୃକ୍ଷ ଦ୍ୱାରା ହିଁ ପ୍ରାଣୀ ଜଗତ ପାଇଥାଏ।ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ସୋରେନ,ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ,ସି ଆର ସି ସି ମିନତୀ କୁମାରୀ ପାଠି, ବ୍ୟାଡ଼ ମିଣ୍ଟନ କୋଚ ସନ୍ଦୀପ ନାୟକ,ପରିଚାଳନା କମିଟି ସଭାପତି ରବୀନ୍ଦ୍ର ବାଡ଼ତ୍ୟା, ପ୍ରଧାନ ଶିକ୍ଷକ ରବୀନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସବୁଜ ସମ୍ପଦର ସୁରକ୍ଷା ସହ ବୃକ୍ଷ ରୋପଣର ଆବଶ୍ୟକତା ସମ୍ପର୍କରେ ପରାମର୍ଶ ଦେଇଥିଲେ।ଜଙ୍ଗଲ ବିଭାଗର ଅଧିକାରୀ ତଥା ନିମନ୍ତ୍ରିତ ଅତିଥି ବୃନ୍ଦ ଚାରା ରୋପଣ ସହ ଜଙ୍ଗଲ ସୁରକ୍ଷା ଉପରେ ମନ୍ତବ୍ୟ ପ୍ରଦାନ କରିଥିଲେ।ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ମଞ୍ଚ ପରିଚାଳନା ଦାୟିତ୍ୱ ନିଜ ଟିମ ସହ କରିଥିଲେ।ଏକ ବୃକ୍ଷ ଏକ ଜୀବନକୁ ବଞ୍ଚାଏ। ମଣିଷ ଶ୍ରେଷ୍ଠ ପ୍ରାଣୀ ହୋଇ ଏକ ଏକ ବୃକ୍ଷକୁ ବଞ୍ଚାଇ ଜୀବ ଜଗତର ଦୀର୍ଘା୍ୟୁ କାମନା କରିବା ଉଚିତ।
