*ଖଡ଼ିଆଳ ନୂତନ ବସ୍ ଷ୍ଟାଣ୍ଡର ଉଦଘାଟନ ପୂର୍ବରୁ ଭାଙ୍ଗିଲା ପାଚେରୀ; ନିର୍ମାଣ କାର୍ଯ୍ୟର ମାନକୁ ନେଇ ଉଠିଲା ପ୍ରଶ୍ନ*।
ନୂଆପଡ଼( ମିଖାଏଲ ନନ୍ଦ)
ତା-୦୫-୦୬
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ ନିର୍ମାଣ ହେଉଥିବା ନୂଆ ବସ୍ ଷ୍ଟାଣ୍ଡର ଉଦଘାଟନ ହେବା ପୂର୍ବରୁ ହିଁ ଏହାର ସୁରକ୍ଷା ପାଚେରୀ ଭାଙ୍ଗି ତଳେ ପଡ଼ିଯାଇଛି। ବସ୍ ଷ୍ଟାଣ୍ଡଟି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବା ଆଗରୁ ଏଭଳି ପାଚେରୀ ଭୁଶୁଡ଼ିବା ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।ଖଡ଼ିଆଳ ବ୍ଲକ ର ଆମ୍ବେଦକର ପଡ଼ା ରାଜୁ ତାଣ୍ଡି ଙ୍କ ଘର ଉପରେ ପାଚେରୀ କାନ୍ଥ ଚାପି ଜେସିବି ସାହାର୍ଯ୍ୟରେ ପାଚେରୀ ଉଚ୍ଛେଦ କରୁଛନ୍ତି। ଆସନ୍ତା ୧୦ ତାରିଖ ଦିନ ଖଡ଼ିଆଳ ବସଷ୍ଟାଣ୍ଡ ଉଦ୍ଘାଟନ କରିବା ନିଷ୍ପତ୍ତି ହୋଇଥିବା ବେଳେ ତାର ପାଞ୍ଚ ଦିନ ପୂର୍ବରୁ ପାଚେରୀ କାନ୍ଥ ୪୦/୫୦ ଫୁଟ କାନ୍ଥ ଧସି ଯାଇଅଛି। ଓଡ଼ିଶା ହାଉସିଙ୍ଗ ବୋର୍ଡ ପକ୍ଷ ରୁ ୯ କୋଟି ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହୋଇଅଛି ଖଡ଼ିଆଳ ବସଷ୍ଟାଣ୍ଡ। ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣ ମାତ୍ରାରେ ନିମ୍ନ ମାନର ବୋଲି ଲୋକେ ଆକ୍ଷେପ କରିଛନ୍ତି। ଆବଶ୍ୟକ ପଦକ୍ଷେପ ଏବଂ କାର୍ଯ୍ୟ ତଦାରଖ ପାଇଁ ଦାବୀ କରିଛନ୍ତି।
ଲୋକଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଥିଲା। ମାତ୍ର ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ଏଭଳି ପାଚେରୀ ଭାଙ୍ଗିବା ଠିକାଦାର ଏବଂ ସମ୍ପୃକ୍ତ ବିଭାଗର କାର୍ଯ୍ୟଦକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅତି ନିମ୍ନମାନର ସାମଗ୍ରୀ ବ୍ୟବହାର ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।ଏହି ଘଟଣା ପରେ ସ୍ଥାନୀୟ ଲୋକେ ଏବଂ ବୁଦ୍ଧିଜୀବୀମାନେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ନିମ୍ନମାନର କାର୍ଯ୍ୟ ପାଇଁ ଦାୟୀ ଥିବା ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ପାଚେରୀର ପୁନଃନିର୍ମାଣ କରିବାକୁ ଦାବି ଜୋର ଧରିଛି।
