କଲାହାଣ୍ଡି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଭବାନୀପାଟଣା:-04.07.26:(କିଶନ ଶର୍ମା)- କଳାହାଣ୍ଡି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ଭବାନୀପାଟଣା ଅନ୍ତର୍ଗତ ଦୁଆରଶୁଣି ଠାରେ ଥିବା ହାଇଟେକ ପବ୍ଲିକ ସ୍କୁଲ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କଲାହାଣ୍ଡି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ (ପୋକସୋ) ଶ୍ରୀ ରାଜୀବ ଲୋଚନ ସାହୁ ଙ୍କ ତତ୍ୱାଧାନ ରେ ରେ ଅନୁଷ୍ଟିତ ହୋଇଥିଲା ଉକ୍ତ ବୃ୍ଷ ରୋପଣ କାର୍ଯ୍ୟକ୍ରମ ରେ ବିଭିନ୍ନ ଚାରା ରୋପଣ କରାଯାଇଥିଲା । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ଜଜ (ଦୁର୍ନୀତି ନିବାରଣ) ଶ୍ରୀ ବଦ୍ରି ନାରାୟଣ ନନ୍ଦ,ଜଜ୍ ଫାମିଲି କୋର୍ଟ ଶ୍ରୀମତୀ ରାଜଶ୍ରୀ ମହାପାତ୍ର,ବରିଷ୍ଠ ଦେୱାନୀ ଜଜ୍ ଶ୍ରୀମତୀ ସୁଦୀପ୍ତା ଦେହୁରୀ,ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀମତୀ ସ୍ନିଗ୍ଧା ପଣ୍ଡା,ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅନୁରାଧା ଶର୍ମା,ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜଷ୍ଟ୍ରେଟ ପୂଜା ପ୍ରିୟଦର୍ଶିନୀ ପତି,ଅର୍ଚ୍ଚନା ମଲ୍ଲିକ,ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ରୁପସିଂ ରାଉତ,ହାଇଟେକ୍ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ଓ କର୍ମଚାରୀ ବୃନ୍ଦ,ବନ ବିଭାଗର ପଦାଧିକାରୀ ଓ କର୍ମଚାରୀ ବୃନ୍ଦ,ଭବାନୀପାଟଣା ସଦର ଥାନା ର ପଦାଧିକାରୀ ଓ କର୍ମଚାରୀ ,ଲିଗାଲ ଆଡ ଡିଫେନ୍ସ କାଉନସିଲ ର କର୍ମଚାରୀ ବୃନ୍ଦ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କର୍ମଚାରୀ ବୃନ୍ଦ ଓ ପରାଲିଗାଲ କର୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ ଓ ପଦାଧିକାରୀ ବୃନ୍ଦ ବୃକ୍ଷ ରୋପଣ କରିଥିଲେ ।
