*ଡୁଆଝର ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଚାଷୀ ଆନ୍ଦୋଳନ ଖଡ଼ିଆଳ-ସିନାପାଲି ରାସ୍ତା ଅବରୋଧ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା -୩୦/୦୬
ନୂଆପଡ଼ା ଜିଲ୍ଲା ଡୁଆଝର ମଣ୍ଡିରୁ ଧାନ ନ ଉଠିବା ଘଟଣାକୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି. ପ୍ରଶାସନର ଉଦାସୀନ ନୀତି ବିରୋଧରେ ଶତାଧିକ ଚାଷୀ ଏକାଠି ହୋଇ ଖଡ଼ିଆଳ-ସିନାପାଲି ପ୍ରମୁଖ ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରିଛନ୍ତି।ଧାନ ତୁରନ୍ତ ଉଠାଇବା ଦାବିରେ ଚାଷୀମାନେ ପ୍ରଶାସନ ଓ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ବିରୋଧରେ ନାରାବାଜି କରିବା ସହ ଧାରଣାରେ ବସି ରହିଛନ୍ତି।ଚାଷୀଙ୍କ ମୁଖ୍ୟ ସମସ୍ୟା ଓ ଅଭିଯୋଗ ଧାନ ଉଠାଣରେ ବିଳମ୍ବ।ମଣ୍ଡିରେ ମାସେ ହେବ ଧାନ ପଡ଼ି ରହିଥିଲେ ମଧ୍ୟ ପ୍ରଶାସନ ତାହା ଉଠାଉ ନାହିଁ l. ଚାଷୀମାନଙ୍କ ପାଖରେ ଟୋକନ୍ ଥିଲେ ମଧ୍ୟ ସେମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।୩୦% ଧାନ କାଟ ନୀତିକୁ ବିରୋଧ ପ୍ରଶାସନର ନୀତି ଅନୁଯାୟୀ ମଣ୍ଡିରୁ ମାତ୍ର ୭୦% ଧାନ ଉଠାଯାଉଥିବା ବେଳେ ବାକି ୩୦% ଧାନକୁ ଛାଡ଼ିଦେବା ପାଇଁ କୁହାଯାଉଛି। ଜଣେ ଚାଷୀଙ୍କ କହିବା ଅନୁଯାୟୀ, ୧୦୦ କ୍ୱିଣ୍ଟାଲ୍ ଧାନରୁ ୭୦ କ୍ୱିଣ୍ଟାଲ୍ ନେଇ ବାକି ୩୦ କ୍ୱିଣ୍ଟାଲ୍ ଛାଡ଼ିବାକୁ ପ୍ରଶାସନ ନିର୍ଣ୍ଣୟ ନେଇଛି, ଯାହା ଚାଷୀଙ୍କ ପାଇଁ ବଡ଼ ଆର୍ଥିକ କ୍ଷତି ସଦୃଶ ମିଲରଙ୍କ ମନମୁଖୀ କାର୍ଯ୍ୟ ଧାନ ଉଠାଇବା ପାଇଁ ନିର୍ଦ୍ଧାରିତ ଶେଷ ସମୟ ସୀମା ପାଖେଇ ଆସୁଥିଲେ ମଧ୍ୟ ମିଲରମାନେ ମଣ୍ଡିକୁ ଆସୁନାହାନ୍ତି କିମ୍ବା ସଠିକ୍ ଭାବେ ଧାନ ସ୍କାନିଂ କରୁନାହାନ୍ତି।ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି. ସରକାର ଓ ଜିଲ୍ଲା ପ୍ରଶାସନ ଏହି ସମସ୍ୟାର ତୁରନ୍ତ ସମାଧାନ ନକଲେ ଆନ୍ଦୋଳନ ଆହୁରି ଉଗ୍ର ରୂପ ନେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।
