ସୋରରେ ବଢୁଛି ଚୋର ଙ୍କ ପ୍ରାଦୁର୍ଭାବ ସୋର,୨୭/୬(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): କିଛି ଦିନ ର ବ୍ୟବଧାନ ପରେ ସୋରରେ ସକ୍ରିୟ ଚୋର। ଦିନକୁ ଦିନ ସୋରରେ ବଢୁଛି ଚୋରି। ପୋଲିସ ନିରବ ଦ୍ରଷ୍ଟା। ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ନିଜ ଦୋକନରେ ଶୋଇଥିବା ବେଳେ କେହ ଦୁର୍ବୁତ୍ତ ତାଙ୍କ ମୋବାଇଲ ଓ ନଗଦ ଟଙ୍କା ଚୋରି କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଅଭଣା ଗ୍ରାମର ନୀତିଶ କୁମାର ଦାଶ ସୋର କଲେଜ ଛକ ନିକଟରେ ଏକ କବାଟ ଦୋକାନ କରିଛନ୍ତି। ଗତକାଲି ରାତିରେ ଦୋକାନ ବନ୍ଦ କରି ଶୋଇଥିବା ବେଳେ ଜଣେ ଯୁବକ ଦୋକନ ମଧ୍ୟରେ ପଶି ଗୋଟିଏ ମୋବାଇଲ ଓ ନଗଦ ଟଙ୍କା ଚୋରି କରିଥିଲେ। ଏବାବଦରେ ନିତୀଶ ଜାଣିବା ପରେ ସିସିଟିଭିରେ ଚୋରର ମୁହଁ କଏଦ ହୋଇଥିବା ଦେଖିବାକୁ ପାଇଥିଲେ। ଏନେଇ ସୋର ଥାନାରେ ଅଭିଯୋଗ କରିବା ପରେ ପୁଳିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
