ବ୍ୟାସନଗର ଇଣ୍ଡୋର ଷ୍ଟାଡିୟମ କୋଚ ଙ୍କୁ ଆକ୍ରମଣ ।
ରିପୋର୍ଟ _ନିରୋଜ କୁମାର ସେଠୀ
ଗତକାଲି ଯାଜପୁର ରୋଡ ବ୍ୟାସନଗର ରାଜୀବ ଗାନ୍ଧୀ ଷ୍ଟାଡିୟମ ନିକଟସ୍ଥ ଇଣ୍ଡୋର ଷ୍ଟାଡିୟମ
ରେ weight lifting କୋଚ ଭାବେ କାର୍ଯ୍ୟ କରୁଥିବା ବିରଜା ମହାପାତ୍ର ଙ୍କୁ କିଛି ଅସାମାଜିକ ବ୍ୟକ୍ତି ଓ ଛାତ୍ର ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରକାଶ ଥାଉ କି ବିଗତ ଦିନ ମାନଙ୍କ ରେ ବିରଜା ମହାପାତ୍ରଙ୍କ ସହ କେତେ ଗୁଡିଏ ଝାମେଲା ସୃଷ୍ଟି ହୋଇଥିବାର ଦୃଷ୍ଟାନ୍ତ ରହିଛି ଗତକାଲି ସକାଳ ୯ ଘଟିକା ସମୟରେ ଜୋର ଜବରଦସ୍ତ ସିକୁ ରିଟି ଗାର୍ଡ ର ବାରଣ ସତ୍ୱେ ଷ୍ଟାଡିୟମ ଭିତର କୁ କିଛି ଅଣ ଖେଳାଳି ଧସେଇ ପଶିଥିଲେ ଯାହା ଆଇନତ ଦୋଷବାହ l କୋଚ ମହାପାତ୍ର ବିରୋଧ କରିଥିଲେ ଯାହା ତାଙ୍କୁ ତାଙ୍କୁ ମହଙ୍ଗା ପଡିଲାl ଆକ୍ରମଣ ରେ ଶିକାର ହୋଇ କୋଚ ବିରଜା ମହାପାତ୍ର
ଯାଜପୁର ରୋଡ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି l ଏଭଳି ପରିସ୍ଥିତି ସୃଷ୍ଟି ହେଲେ ଆଗାମୀ ଦିନରେ କେହି କାହାକୁ ମାନିବେ ନାହିଁ l ଏହାର ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛିl
