ବୟନିକା ଶିଳ୍ପ ନିର୍ଦ୍ଦେଶାଳୟର ଗୋପାଳ ପୁର ବୁଣାକାର ଙ୍କୁ ନେଇ ଜରୁରୀ ବୈଠକ। ରିପୋର୍ଟ _ନିରୋଜ କୁମାର ସେଠୀ। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ଆ,ବି ସଭା ଗୃହରେ ବୟନିକା ଶିଳ୍ପ ନିର୍ଦ୍ଦେଶାଳୟର ଅନୁମୋଦନ କ୍ରମେ ପ୍ରଥମା ଖଣ୍ଡ ସମବାୟ ସମିତି ଦ୍ବାରା ବୁଣାକାର ମାନଙ୍କୁ ନେଇ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶା ସରକାରଙ୍କ KPMG ର Consultant ଚିରଞ୍ଚୀବି ସାମଲ, ମାମାଲି ଗାୟନ ଯୋଗଦେଇ ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଆଲୋଚନା କରିଥିଲେ। ସମବାୟ ସମିତି ରେ କିକି ଜିନିଷ ତିଆରି ହେଉଛି। ସମବାୟ ସମିତି ର ଚାହିଦା ଅଛିକି ନାହିଁ, କଞ୍ଚା ମାଲ କେଉଁ ଠାରୁ ଅଣା ଯାଉଛି। ଆଗକୁ ପ୍ରଶିକ୍ଷଣ ଦିଆଗଲେ କିପରି ହେବ। ବୁଣାକାର ମାନଂକର ଉନ୍ନତି ହୋଇପାରିବ ବୁଣାକାର ମାନଙ୍କୁ ପଚାରି ବୁଝିଥିଲେ। ବୈଠକ ରେ ମୋଟ ୧୭ ଗୋଟି ତନ୍ତ ସମବାୟ ସମିତି ର କର୍ମ କର୍ତ୍ତା ମନେ ଯୋଗ ଦେଇଥିଲେ। ଏମାନଙ୍କ ମଧ୍ୟରେ ହିଙ୍ଗୁଳା ସମବାୟ ସମିତି, ଶ୍ରୀବିଷ୍ଣୁ,ମହା ବୀର, ଶ୍ରୀକୃଷ୍ଣ,ଗୋଖନେଶ୍ଵର, ରାଧାକୃଷ୍ଣ,ଶ୍ରୀହରୀ, ଜୟଜଗନ୍ନାଥ ,ସାଇରାମ, ମାଲ୍ୟାବୁଢି,ଲୋକମାତା,ବାହ୍ମଣୀ ଦେବି,ମା ମଙ୍ଗଳା, ମା ତାରାତାରିଣୀ,ମହିଳା ପଦ୍ମାଳୟା,ମହିଳା ମା ତାରା ତାରିଣୀ, ତନ୍ତବାୟ ସହଯୋଗ ସମିତି ମାନେ ଯୋଗଦେଇ ଥିଲେ।
