ରଣଦେବି ଗ୍ରାମ ର ବିଭିନ୍ନ ସମସ୍ୟା ଗୁହାରି ଶୁଣିଲେ ବିଧାୟକ ରୁପେଶ ପାଣିଗ୍ରାହୀ ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ ରଣଦେବୀ ଗ୍ରାମ ଠାରେ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଟିତ ହୋଇଯାଇଛି , ମାନ୍ୟବର ପାରଳା ବିଧାୟକ ରୁପେସ ପାଣିଗ୍ରାହୀ ଅଭିଯୋଗ ଶୁଣାଣୀ ରେ ଯୋଗଦେଇ ସମୁଦାୟ 12 ଗୋଟିଅଭିଯୋଗ ଶୁଣିଥିଲେ। ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା, ଗ୍ରାମ ଭିତ୍ତିକ ସମସ୍ୟା,ରାସନ୍ କାର୍ଡ, ଗୃହ ନିର୍ମାଣ,ଶିକ୍ଷା,ଜଳ ସେଚତାନ,ରାସ୍ତା, ନାଳ,ଓ ସ୍ଵାସ୍ଥ୍ୟ ସମସ୍ୟା ସହ ଗ୍ରାମ ରେ ଥିବା ପୋଖରି କୁ ଚାରିପାସ୍ପ ପଥର ରେ ନିର୍ମାଣ କରିବାକୁ ଦାବି କରିବା ସହ ପୋଖରେ ଉପର ଦେଇ ଏକ ବିଦ୍ୟୁତ ତାର ଯାଇଥିବା ବାଲେ ସବୁବେଳେ ବିପଦଯୋନକ ଭାବେ ଲୋକେ ଗାଧଉଥିବ ଦେଖିବାକୁ ମିଳୁଛି, ତୁରନ୍ତ ଏହି ତରକୁ ବାହାର କରି ଅଲଗା ରାସ୍ତା ଦେଇ ନେବା ପାଇଁ ଦାବି ରଖିଛନ୍ତି , ବିଧାୟକ ଏହାକୁ TPSOLD ର ଅଧିକାରୀ ଙ୍କୁ ଜଣାଇ ଅତିଶିଘ୍ର କାର୍ଯ୍ୟକାରୀ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ତାସହ ଆସିଥିବା ଆଲଗା ସମସ୍ୟା ର ସମାଧାନ କରିବେ ବୋଲି ଜଣାଇଛନ୍ତି , ବିଧାୟକ ତୁରନ୍ତ ଏନେଇ ଗୋଷ୍ଟି ଉନ୍ନୟନ ଅଧିକାରୀ ଗୌରହରି ପଟ୍ଟନାୟକ ଙ୍କୁ ଫୋନ୍ ମାଧ୍ୟମ ରେ ଶୀଘ୍ର ଏସବୁ କାର୍ଯ କରିବା ପାଇଁ ଆଦେଶ ଦେଲେ । ରଣଦେବୀ ଗ୍ରାମ ର ରାସ୍ତା ପାଇଁ ଦୀର୍ଘ ବର୍ଷ ହେବ ଦାବି କରିଆସୁଥିଲେ ଗ୍ରାମ ବାସି କିନ୍ତୁ ଆଜି ପ୍ରଜନ୍ତ ପକା ରାସ୍ତା ନିର୍ମାଣ ହୋଇପାରିନାହିଁ, ଏହି ରାସ୍ତା କାର୍ଯ୍ୟ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଜନ ଅଭିଯୋଗ ଶୁଣାଣୀ ରେ ବିଧାୟକ ସମେତ ଗୋଷାଣୀ ବ୍ଲକ ବରିଷ୍ଟ ନେତା ଗଜପତି ରାଓ, ସ୍ଥାନୀୟ ସରପଞ୍ଚ, ,ସମିତି ସ୍ଥାନୀୟ ଲୋକେ ପ୍ରମୁଖ ଉପସ୍ଥିତ ଥିଲେ।
